ବାରିପଦା ITDA ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ, ଜବତ ହୋଇଛି ୨ କୋଟି ୮୦ ଲକ୍ଷ ଟଙ୍କାର ସମ୍ପତ୍ତି

ବାରିପଦା ୨୭।୧୧: ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁବେର ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଅପରାହ୍ନରେ କୋର୍ଟ ଚାଲାଣ ହେବା ନେଇ ସୂଚନା ମିଳିଛି ।

ଦୁଇ ଦିନ ଧରି ସନ୍ତୋଷ ଦାସଙ୍କ ଘରେ ମାରାଥନ୍ ଜେରା କରିଥିଲା ଭିଜିଲାନ୍ସ ଟିମ୍ ।  ଚଢାଉ ବେଳେ ଘରୁ ମିଳିଥିଲା ୪୨ ଲକ୍ଷ ଟଙ୍କା ଓ ୬୫୯ ଗ୍ରାମ ସୁନା ଜବତ ହୋଇଥିଲା । ଭୁବନେଶ୍ବର ଓ ବାଲେଶ୍ଵରରେ ଏକାଧିକ କୋଠା ଠାବ ହୋଇଛି ।

Spread the love