ଏହି ଦେଶରେ ରଖିପାରିବେ ନାହିଁ ଗର୍ଲଫ୍ରେଣ୍ଡ , ସମ୍ପର୍କ ରଖିଲେ ହୋଇପାରେ ଜେଲ !

ନୂଆଦିଲ୍ଳୀ ୨୮।୧୧ : ଦୁନିଆର ଅନେକ ଦେଶରେ ବିଭିନ୍ନ ପ୍ରକାରର  ବିଚିତ୍ର ଆଇନର ବ୍ୟବସ୍ଥା ରହିଛି । ଯେଉଁ ଦେଶର କାନୁନ ଅତି ଆଶ୍ଚର୍ଯ୍ୟକର ହୋଇଥାଏ ।ଯାହା ତୁମକୁ ମାନିବାକୁ ପଡିଥାଏ । ଅନେକ ନିୟମ ଭିତରେ ଏହି ନିୟମ ସବୁଠାରୁ ବିଚିତ୍ର ଧରଣର । ସେହିଭଳି ଅନେକ ଦେଶରେ ଗର୍ଲଫ୍ରେଣ୍ଡକୁ ନେଇ ମଧ୍ୟ କଡା ଆଇନ୍‌ କାନୁନ ରହିଛି ।

ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏକ ଏମିତି କାନୁନ ରହିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତରେ ପାକିସ୍ତାନରେ ମଧ୍ୟ ଏହି ନିୟମ ରହିଛି । ସେଠାରେ କେହି ଯୁବକ ଗର୍ଲଫ୍ରେଣ୍ଡ ରଖିପାରିବେ ନାହିଁ । ଯଦି କେହି ଯୁବକ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଧରାପଡ଼େ ତେବେ ତାକୁ ସିଧା ସଳଖ ଜେଲରେ ପୁରାଇ ଦିଆଯାଏ । ପାକିସ୍ତାନରେ କୌଣସି ଯୁବକ କୌଣସି ଯୁବତୀଙ୍କ ସହ ସାଧାରଣରେ ବନ୍ଧୁତା ମଧ୍ୟ କରିନଥାନ୍ତି । ପାକିସ୍ତାନରେ ଏହାକୁ ନେଇ ବହୁତ କଠୋର ଆଇନ ରହିଛି ଯେ ଯୁବକ ଯୁବତୀ ବିବାହ ପୂର୍ବରୁ ଏକାଠି ରହିପାରିବେ ନାହିଁ ।

ୟୁଏଇରେ ମଧ୍ୟ ଗର୍ଲଫ୍ରେଣ୍ଡକୁ ନେଇ ଅଜବ ଆଇନ ରହିଛି । ଏଠାରେ କେହି ସାଧାରଣରେ ଗଲଫ୍ରେଣ୍ଡଙ୍କ ହାତକୁ ଧରିପାରିବେ ନାହିଁ । ଏମିତିକି ଯଦି କେହି ବ୍ୟକ୍ତି ସାଧାରଣ ସ୍ଥାନରେ ଗଲଫ୍ରେଣ୍ଡ ସହ ଦେଖାଯାଏ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଏ । ଏଠାରେ କିସ୍ କରିବାକୁ ମଧ୍ୟ ବାରଣ କରାଯାଇଛି । ପଡୋଶୀ ଦେଶ ଚାଇନାରେ ଅବିବାହିତ ପୁଅମାନଙ୍କୁ ବୟଫ୍ରେଣ୍ଡ ଭାବରେ ଭଡ଼ାରେ ନେଇଥା’ନ୍ତି। କିନ୍ତୁ ଚାଇନାରେ ଗୋଟିଏ ନିୟମ ଅନୁଯାୟୀ, ନିଜ ପସନ୍ଦର ଝିଅକୁ ନେବା ପରେ ମଧ୍ୟ ଲୋକମାନେ ତାଙ୍କ ବିନା ଅନୁମତିରେ ତାଙ୍କ ହାତ ଧରି ପାରିବେ ନାହିଁ । ଯେପର୍ଯ୍ୟନ୍ତ ଝିଅଟି ତାଙ୍କୁ ଅନୁମତି ନ ଦିଏ, ତୁମେ ତାଙ୍କୁ ଛୁଇଁ ପାରିବ ନାହିଁ ।

Spread the love