ଶୀଘ୍ର ବୁଢ଼ା କରେ ଏହି ଖାଦ୍ୟ, ତୁରନ୍ତ ଦୂର କରନ୍ତୁ

ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହିଁଥାନ୍ତି । ତେବେ କିଛି ଭୂଲ ଆଦତ ଯୋଗୁ ଲୋକେ ଶୀଘ୍ର ବୁଢ଼ା ଦେଖା ଯାଆନ୍ତି । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଖାଦ୍ୟରେ କିଛି ଜିନିଷ ଚର୍ମକୁ ସମୟ ପୂର୍ବରୁ ବୁଢ଼ା କରିଦେଇଥାଏ । ଯେଉଁଥିପାଇଁ ଚେହେରା ଶୁଖା ଦେଖାଯାଇଥାଏ । ବିଶେଷକରି ଆପଣଙ୍କ ଚର୍ମକୁ ଚମକଦାର ଓ ଯୁବସୁଲଭ ରଖିବା ପାଇଁ କେଉଁ ଖାଦ୍ୟକୁ ନ ଖାଇବା ଉଚିତ୍‌ । ଆପଣଙ୍କ ଆସନ୍ତୁ ଜାଣିବା ଚର୍ମକୁ ଚମକଦାର ରଖିବା ଓ ଶୀଘ୍ର ବୁଢ଼ା ନହେବା ପାଇଁ କ’ଣ ସବୁ ନଖାଇବା ଉଚିତ୍‌ ।

ଫ୍ରେଞ୍ଚ୍‌ ଫ୍ରାଏଜ୍‌ : ଫ୍ରେଞ୍ଚ ଫ୍ରାଏଜ ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ । ଏଥିରେ ଲୁଣ ଓ ତେଲ ଅଧିକ ରହିଥାଏ । ଏହିସବୁ ଜିନିଷକୁ ଉଚ୍ଚ ତାପମାତ୍ରରେ ପ୍ରସ୍ତୁତ କରାଯାଇଥାଏ ଯେଉଁଥିରୁ ଫ୍ରି ରାଡିକଲ ବାହାରିଥାଏ । ଏହି ଫ୍ରି ରାଡିକଲ୍‌ ଏଜିଂ ପ୍ରୋସେସ (ବୟସ୍କ ହେବା) କୁ ବୃଦ୍ଧି କରିଥାଏ । ବହୁତ ଅଧିକ ଲୁଣ ଖାଇବା ଦ୍ୱାରା ଡିହାଇଡ୍ରେସନ ହେବାକୁ ଲାଗିଥାଏ । ଏଥିପାଇଁ ସ୍କିନ ଢ଼ିଲା ହୋଇଯାଇଥାଏ ଓ ଚର୍ମରେ ରେଖା ଜଲଦି ପଡ଼ିଥାଏ ।

ଚିନି : ମୁହଁରେ ବାହାରୁଥିବା ବ୍ରଣ ଓ ଅନ୍ୟାନ୍ୟ ଦାଗ ଚିନି କାରଣରୁ ହୋଇଥାଏ । ଚିନି କୋଲେଜନକୁ କ୍ଷତି ପହଞ୍ଚାଉଥିବା ଗ୍ଲାଇକେସନ ଓ ପ୍ରୋଡକ୍ଟ ତିଆରି କରିଥାଏ । କୋଲେଜନ ସ୍କିନ ସଫା କରିବ କାମ କରିଥାଏ । ଯେତେବେଳେ ଶରୀରରେ ଶୁଗାର ମାତ୍ରା ବହୁତ ଅଧିକ ହୋଇଯାଇଥାଏ ସେତେବେଳେ ବୟସ ଆପେ ଆପେ ବଢ଼ିଥାଏ । ଯଦି ଆପଣ ମିଠା ଖାଇବାର ସୌକିନ ତେବେ ଚିନି ବଦଳରେ ମିଠା ଫଳ ଖାଆନ୍ତୁ ।

ସୋଡ଼ା ଓ କଫି : ସୋଡ଼ା ଓ କଫିରେ ବହୁତ ମାତ୍ରାରେ କାଫିନ ଥାଏ । ଏହି କାରଣରୁ ଠିକ ଭାବେ ନିଦ ହୋଇନଥାଏ । ହେଲ୍ଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଖରାପ ଶୋଇବା ମଧ୍ୟ ଚର୍ମ ଉପରେ ପଡ଼ିଥାଏ । ତେଣୁ ସୋଡ଼ା ଓ କଫି ମାତ୍ରା କମ କରନ୍ତୁ । କଫି ସ୍ଥାନରେ ହଳଦୀ ବାଲା ଦୁଧ ପିଇବା ଭଲ ହେବ ।

ଆଲକୋହଲ : ମଦ ଯୋଗୁ ଚର୍ମ ସମ୍ପର୍କିତ ବହୁତ ଅସୁବିଧା ହୋଇଥାଏ । ଚର୍ମ ଲାଲ ହୋଇଯିବା, କୋଲେଜନ କମ ହୋଇଯିବା, ଚର୍ମରେ ଦାଗ ପଡ଼ିବା ଆଦି ସମସ୍ୟା ସୃଷ୍ଟି ହୋଇଥାଏ । ମଦ ଶରୀରରେ ଭିଟାମିନ ଏ କମ୍‌ କରିଥାଏ ।

ଉଚ୍ଚ ଆଞ୍ଚରେ ପକାଯାଇଥିବା ଖାଦ୍ୟ : କର୍ଣ୍ଣ ବା ସନଫ୍ଲାଓ୍ଵାର ତେଲ ଭଳି ପଲି ଅନସାଚୁରେଟେଡ ତେଲରେ ଓମେଗା-୬ ଫ୍ୟାଟି ଏସିଡ଼ ଅଧିକ ମାତ୍ରାରେ ଥାଏ । ଯଦି ଆପଣ ସବୁଦିନ ଏହି ତେଲକୁ ଉଚ୍ଚ ଆଞ୍ଚରେ ଖାଇବେ ତେବେ ଆପଣଙ୍କ ଚର୍ମ ବହୁତ ଶୀଘ୍ର ଖରାପ ହେବାକୁ ଲାଗିବ ।

Spread the love