ନୂଆ ପୋଷ୍ଟରକୁ ନେଇ ସବ୍ୟସାଚୀଙ୍କୁ ୟୁଜର୍ସ କଲେ ଟ୍ରୋଲ୍

ମୁମ୍ବାଇ ୨୯/୧୧: ପ୍ରସିଦ୍ଧ ଫ୍ୟାଶନ୍ ଏବଂ ଅଳଙ୍କାର ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କୁ ପୁଣି ଥରେ ଟ୍ରୋଲ୍ କରାଯାଉଛି। କିଛି ଦିନ ପୂର୍ବେ ତାଙ୍କ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ପରେ ସେ ଏକ ପୋଷ୍ଟ ଲେଖି କ୍ଷମା ମାଗିଥିଲେ ଏବଂ ବିଜ୍ଞାପନଗୁଡ଼ିକୁ ହଟାଇ ଦେଇଥିଲେ। ବର୍ତ୍ତମାନ ସବ୍ୟସାଚୀ ତାଙ୍କ ଜୁଏଲେରୀ କଲେକ୍ସନର ଏକ ନୂଆ ବିଜ୍ଞାପନ ପୋଷ୍ଟର ସେୟାର କରିଛନ୍ତି। ଏହି ଅଳଙ୍କାରରେ ହୀରା, ମୋତି, ପନ୍ନା ଏବଂ ଆକ୍ୱାମରିନ୍ ଷ୍ଟୋନ୍ ବ୍ୟବହାର କରାଯାଇଛି

ଜୁଏଲେରୀ କଲେକ୍ସନର ଅନେକ ପୋଷ୍ଟର ସେୟାର କରାଯାଇଛି, ଯେଉଁଥିରେ ମଡେଲଗୁଡିକ ସାଢୀ ପିନ୍ଧିଛନ୍ତି। ସେ ତାଙ୍କ ବେକ ଏବଂ କାନରେ ଭାରି ଅଳଙ୍କାର କ୍ୟାରୀ କରିଛନ୍ତି। ଗୋଟିଏ ପୋଷ୍ଟରରେ ତିନୋଟି ମଡେଲ ଏବଂ ଅନ୍ୟ ପୋଷ୍ଟରରେ ୬ଟି ମଡେଲ ନଜର ଆସିଛନ୍ତି। ତାଙ୍କ ମୁହଁରେ ଖୁସିର ଏକ୍ସପ୍ରେସନ୍ ନାହିଁ । ଯେଉଁଥିପାଇଁ ସବ୍ୟସାଚୀଙ୍କୁ ଟ୍ରୋଲ କରାଯାଉଛି। ଟ୍ରୋଲର୍ସ କହିଛନ୍ତି, ଏତେ ଦାମୀ ଅଳଙ୍କାର ପିନ୍ଧିବାର କ’ଣ ଫାଏଦା ଯଦି ସେମାନେ ଖୁସି ନାହାଁନ୍ତି।

ଜଣେ ୟୁଜର୍ସ ଲେଖିଛନ୍ତି- ‘ଫଟୋରୁ ଏହା ସ୍ପଷ୍ଟ ହୋଇଛି ଯେ ଟଙ୍କା ଆପଣଙ୍କୁ ସୁଖ କିଣି ଦେଇ ପାରିବ ନାହିଁ, ତେବେ ଏତେ ମୂଲ୍ୟବାନ ଅଳଙ୍କାରରେ ଟଙ୍କା କାହିଁକି ଖର୍ଚ୍ଚ କରିବେ?’ ଜଣେ ୟୁଜର୍ ଲେଖିଛନ୍ତି, ‘ସେମାନେ କାହାର ଶୋକ ସଭାକୁ ଯିବାକୁ ପ୍ରସ୍ତୁତ କି?’ ସେହିପରି ଆଉ ଜଣେ ଲେଖିଛନ୍ତି ‘କିଏ ମରିଛି?

Spread the love