ମୁକ୍ତା ଯୋଜନାରେ ୪୦ଟି ପ୍ରକଳ୍ପ ପାଇଁ ମିଳିଲା ୪ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ହିଞ୍ଜିଳିକାଟୁବାସୀଙ୍କ କୃତଜ୍ଞତା ଜ୍ଞାପନ

ହିଞ୍ଜିଳି ୨୯।୧୧: ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନୀ ମଣ୍ଡଳୀ ହିଂଜିଳିକାଟୁର ଉନ୍ନତି ପାଇଁ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାରେ ୪୦ଟି ପ୍ରକଳ୍ପ ନିମନ୍ତେ ୩ କୋଟି ୩  ଲକ୍ଷ ୬୬ ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଥିବାରୁ ଆଜି ହିଂଜିଲିକାଟୁବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି । ସ୍ଥାନୀୟ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ନଗର ସଭାପତି ଭୀମସେନ ବେହେରା ଓ ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ ସଂଯୋଜନାରେ ଆୟୋଜିତ ହୋଇଥିଲା ଏହି କୃତଜ୍ଞତା ସଭା। ସହର ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସଦା ସର୍ବଦା କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ମୁକ୍ତା ଯୋଜନା ଆଉ ଏଲ ମାଇଲ ଖୁଣ୍ଟ ।

ଏହି ପରିପ୍ରେକ୍ଷୀରେ  ଶିଶୁ ଉଦ୍ୟାନ, ପବ୍ଲିକ ଜିମ୍‌, ଚାଲିବା ରାସ୍ତା, ପାର୍କ ପ୍ରମୁଖ ୪୦ ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ୩ ଲକ୍ଷ ୬୬ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ନଗର ଯୁବ ସଭାପତି ସଞ୍ଜୟ କୁମାର ପଣ୍ଡା, ପ୍ୟାରୀ ମୋହନ ପାଢ଼ୀ, ବୈଜନ୍ତି ପଟ୍ଟନାୟକ, ଶିବରାମ ଗଉଡ଼, ସୁବାଷ ଚନ୍ଦ୍ର ପୋଲାଇ, ସୌମ୍ୟ ପଟ୍ଟନାୟକ ପ୍ରମୁଖ ମଂଚାସୀନ ରହି ଅଂଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ  ଆସିକା ସାଂସଦ ଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, କିରଣ ପଟ୍ଟନାୟକ, ପ୍ରଶାନ୍ତ ପ୍ରଧାନ, ସନ୍ତୋଷ ପ୍ରଧାନ, ଚନ୍ଦନ ପାତ୍ର ଏବଂ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love