ଦଶମ ଦିନରେ ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା

ନ୍ୟାୟ ପାଇବା ପାଇଁ ଶ୍ୱଶୁର ଘର ଆଗରେ ବୋହୂର ଧାରଣା। ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ବ୍ରହ୍ମପୁରର ତପସ୍ୱିନୀ ଦାସ । ତପସ୍ୱିନୀଙ୍କ ଧାରଣା ଆଜି ଦଶମ ଦିନରେ ପହଞ୍ଚିଛି। ଆଜି SDJM କୋର୍ଟରେ ପୂର୍ବରୁ ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ଅଛି।

ସେପଟେ ଫ୍ୟାମିଲି କୋର୍ଟରେ ମଧ୍ୟ ଦାଖଲ ହୋଇଥିବା ମାମଲାର ଶୁଣାଣି ଅଛି। ନ୍ୟାୟ ପାଇବା ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ତପସ୍ୱିନୀ କହିଛନ୍ତି।

ସ୍ୱାମୀଙ୍କ ଘରେ ରହିବା ନେଇ କୋର୍ଟରେ ଆବେଦନ କରିଥିଲେ ତପସ୍ୱିନୀ । ସ୍ୱାମୀଙ୍କୁ ପ୍ରଲୋଭିତ କରି ଶ୍ୱଶୁର ତାଙ୍କ ଠାରୁ ଦୂରେଇ ଦେଉଥିବା ଅଭିଯୋଗ ଆଣିଥିଲେ ତପସ୍ୱିନୀ।

Spread the love