ବିଧାନସଭା ଗେଟ ସମ୍ମୁଖରେ କଂଗ୍ରେସ ବିଧାୟକଙ୍କ ଧାରଣା

ଭୁବନେଶ୍ୱର: ଆଜିଠାରୁ ଵିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାବେଳେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି | ବିଧାନସଭା ଗେଟ ସାମ୍ନାରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିବାବେଳେ ବ୍ୟାନର ଧରି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଛନ୍ତି |

ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ କଂଗ୍ରେସ ବିଧାୟକମାନେ ଅଭିଯୋଗ କରି ପ୍ରତିବାଦ କରିଛନ୍ତି | କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରାଯାଇଥିବାବେଳେ ପବିତ୍ର ଗୃହକୁ ମନ୍ତ୍ରୀ ଆସିଲେ ଗୃହ ଅପବିତ୍ର ହେବ ବୋଲି କଂଗ୍ରେସ କହିଛି | ତେଣୁ ଦିବ୍ୟଶଙ୍କରଙ୍କୁ ଗୃହରେ ପୁରାଇନଦେବାକୁ କଂଗ୍ରେସ ବିଧାୟକମାନେ ଧାରଣା ଦେଇଛନ୍ତି |

ସୂଚନା ଥାଉ କି ତିନୋଟି ପ୍ରଵେଶ ପଥରୁ ଦୁଇଟିରେ ବିଧାୟକମାନେ ବିକ୍ଷୋଭ କରୁଛନ୍ତି ଏବଂ ମୁଖ୍ୟ ପ୍ରବେଶ ପଥରେ ପକାଯାଇଥିବା ତାଲାକୁ ଭଙ୍ଗା ଯାଇଛି |

Spread the love