ଡରାଉଛି ‘ଜୱାଦ’: ପ୍ରସ୍ତୁତ ରହିବେ ୧୦୮ଟି ଓଡ୍ରାଫ ଟିମ୍, ୨ଶହ ଫାୟାର ଟିମ୍

ଭୁବନେଶ୍ୱର: ବାତ୍ୟା ‘ଜୱାଦ’କୁ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ । ମୁଖ୍ୟ ଶାସନ ସଚିବ ସୁରଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ବାତ୍ୟାକୁ ନେଇ ଯଥେଷ୍ଟ ସଚେତନ ଥିବାବେଳେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ଉଦ୍ଧାରକାରୀ ଦଳ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୪ ତାରିଖ ସୁଦ୍ଧା ବାତ୍ୟା ଜୱାଦର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷା ଓ ପବନ ହେବା ନେଇ ଜାତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫାୟାର, ଓଡ୍ରାଫ, ଏନଡ଼ିଆରଏଫକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାତ୍ୟା ପାଇଁ ପ୍ରସ୍ତୁତ ରହିବେ 108 ଟି ଓଡ୍ରାଫ ଟିମ୍, 200 ଟି ଫାୟାର ଟିମ୍ ।

ଜୱାଦ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିବାକୁ ଥିବାବେଳେ ଉପକୂଳର ସମସ୍ତ ଜିଲ୍ଲାବାସୀ ମଧ୍ୟ ସଜାଗ ରହିବାକୁ କୁହାଯାଇଛି । ଏହା ସହିତ ନୟାଗଡ଼ ଓ ମୟୁରଭଞ୍ଜକୁ ମଧ୍ୟ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ଜିରୋ କାଜୁଆଲିଟର ଆହ୍ୱାନ ନେଇ ପ୍ରତିଟି ବାତ୍ୟାକୁ ମୁକାବିଲା କରି ଆସିଛନ୍ତି । ଆଗୁଆ ପ୍ରସ୍ତୁତି ହିଁ ଓଡ଼ିଶାରେ ବାତ୍ୟାକୁ ମୁକାବିଲା କରିବାରେ ସକ୍ଷମ ସାଜେ ।

Spread the love