ପାଟପୁର ଥାନାରେ କାର୍ଯ୍ୟରତ ମହିଳା ସବ୍‌ଇନ୍ସପେକ୍ଟରଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା

ସାନଖେମୁଣ୍ଡି, ୦୨/୧୨: ପାଟପୁର ଥାନାରେ କାର୍ଯ୍ୟରତ ମହିଳା ସବ ଇନ୍ସପେକ୍ଟର ଚମ୍ପାବତି ମାରାଣ୍ଡିଙ୍କ ଭଦ୍ରକ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ବୁଧବାର ସଂଧ୍ୟାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଥାନା ପରିସରରେ ଅଧ୍ୟାପକ କୈଳାସଚନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ସ୍ୱତନ୍ତ୍ର ସଭାରେ ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ, ଶେରଗଡ଼ ଆଇଆଇସି ମମତା ସାମନ୍ତରାୟ, ବଡଗଡ ଆଇଆଇସି ସୁରଜ କୁମାର ଝଙ୍କାର, ଧରାକୋଟ ଆଇଆଇସି ପ୍ରଭାତ କୁମାର ବେହେରା, ସାମ୍ବାଦିକ ପ୍ରଶାନ୍ତ ତ୍ରିପାଠୀ, ବିନାୟକ ଦାଶ, ସତ୍ୟନାରାୟଣ ପାଢ଼ୀ, ଦ୍ବାରିକାନାଥ ତ୍ରିପାଠୀ, ଅଶୋକ ସାହୁ, ସରପଞ୍ଚ ନୀଳମାଧବ ରାଉତ, ସନ୍ତୋଷ ବିଷୋୟୀ, ଓକିଲ ସତ୍ୟନାରାୟଣ ରଥଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ରହି ବିଦାୟୀ ମହିଳା ଏସଆଇଙ୍କ କାର୍ଯ୍ୟଦକ୍ଷତାର ଆଲୋକପାତ କରିଥିଲେ।

ଏଏସଆଇ ରବୀନ୍ଦ୍ରନାଥ ଗୌଡ ଦିଗାଲଙ୍କ ସମେତ ଥାନା କର୍ମଚାରୀମାନେ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ବିଦାୟୀ ସମ୍ବର୍ଦ୍ଧନା ଦେଇଥିଲେ। ସାମ୍ବାଦିକ କାଳୁଚରଣ ନାହାକ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love