ଚୁଡିର ମହତ୍ୱ
ପ୍ରାଚୀନ କାଳରୁ ହିଁ ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କ ସୌନ୍ଦର୍ଯ୍ୟ ଓ ସୌଭାଗ୍ୟ ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ରହିଛି। ଚୁଡି ସୌନ୍ଦର୍ଯ୍ୟ ବଢାଇବା ସହ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ଠିକ ରଖିଥାଏ। ଗ୍ରହମାନଙ୍କର ଦିଗ ଠିକ ରଖିବା ପାଇଁ ମଧ୍ୟ ଚୁଡି ପିନ୍ଧାଯାଇଥାଏ। ଆସନ୍ତୁ ଜାଣିବା ଚୁଡି ପିନ୍ଦିବା ଦ୍ୱାରା କି ଲାଭ ହୋଇଥାଏ।
-ଚୁଡି ମୁଖ୍ୟ ରୂପରେ ଗୋଲ ଆକୃତିର ହୋଇଥାଏ। ଏହା ଚନ୍ଦ୍ର ଓ ବୁଧଙ୍କ ପ୍ରତୀକ ଅଟେ।
-ବୈବାହିକ ଜୀବନ ଓ ସୌନ୍ଦର୍ଯ୍ୟ ସହ ସମ୍ବନ୍ଧ ରଖିଥିବା କାରଣରୁ ଏହା ଶୁକ୍ରଙ୍କ ପ୍ରତୀକ ମଧ୍ୟ ଅଟେ।
-ଚୁଡି ପିନ୍ଧିବା ଦ୍ୱାରା ଏହା ମଣିବନ୍ଧକୁ ସ୍ପର୍ଶ କରିଥାଏ। ତେଣୁ ଏହା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
-ଠିକ ନିୟମ ଦ୍ୱାରା ଚୁଡି ପିନ୍ଧିବା ଦ୍ୱାରା ଏହା ବୈବାହିକ ଜୀବନରେ ସୁଖ ଦେଇଥାଏ।
ଚୁଡି ପିନ୍ଧିବାର ନିୟମ:
-ଚୁଡି କିଣିବା ବେଳେ କିଛି ନିୟମ ରହିଥାଏ। ତେଣୁ ଏହାକୁ ମାନିବା ଦ୍ୱାରା ଆମର ଅନେକ ଉନ୍ନତି ହୋଇଥାଏ।
-କେବେ ବି ମଙ୍ଗଳବାର ଓ ଶନିବାର ଦିନ ଚୁଡି କିଣନ୍ତୁ ନାହିଁ।
-ନୂଆ ଚୁଡି ପିନ୍ଧିବା ପୂର୍ବରୁ ମା ଗୌରୀଙ୍କୁ ସର୍ମପଣ କରିବା ଉଚିତ।
-ସର୍ବଦା ସକାଳ ଓ ସନ୍ଧ୍ୟା ସମୟରେ ନୂଆ ଚୁଡି ପିନ୍ଧିବା ଉଚିତ।
-ଅବିବାହିତ ମାନେ ଯେକୌଣସି ଚୁଡି ପିନ୍ଧିପାରିବେ। କିନ୍ତୁ ବିବାହିତ ମହିଳା ମାନେ କଦାପି କଳା ରଙ୍ଗର ଚୁଡି ପିନ୍ଧନ୍ତୁ ନାହିଁ।
-ମହିଳାମାନେ କାଚ, ସୁନା ଓ ରୂପାର ଚୁଡି ପିନ୍ଧିବା ଉଚିତ।
ଚୁଡିର ବିଶେଷ ବ୍ୟବହାର:
-ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ସୁନା ଓ ରୂପାର ଚୁଡି ସମାନ ଭାବେ ମିଶାଇ ପିନ୍ଧନ୍ତୁ।
-ବୈବାହିକ ଜୀବନରେ ସୁଖରେ ରହିବା ପାଇଁ ସର୍ବଦା ଲାଲ ଓ ଗୋଲାପୀ ରଙ୍ଗର ଚୁଡି ପିନ୍ଧନ୍ତୁ।
-ଶୀଘ୍ର ବିବାହ କରିବା ପାଇଁ ମା ଦୁର୍ଗାଙ୍କୁ ଲାଲ ଓଢଣୀ ସହ ଲାଲ ରଙ୍ଗର ଚୁଡି ଅର୍ପଣ କରନ୍ତୁ।
-ସନ୍ତାନ ପ୍ରାପ୍ତି ପାଇଁ ହଳଦିଆ ରଙ୍ଗର କାଚ ଚୁଡି ପିନ୍ଧନ୍ତୁ।