ଜଓ୍ୱାଦ ପ୍ରଭାବରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୨ ଫୁଟର ପାଣି

କୋଣାର୍କ ୦୫/୧୨: ଜଓ୍ୱାଦ ବାତ୍ୟା ଯୋଗୁଁ କୋଣାର୍କରେ ଗତକାଲି ମଧ୍ୟ ରାତିରୁ ପ୍ରବଳ ବର୍ଷା । ସୂର୍ଯ୍ୟ ମନ୍ଦିରର ଚାରିପଟେ ପାଣି ଜମି ରହିଛି । ପାଣି ନିଷ୍କାସନ ପାଇଁ ଏଏସଆଇ ପକ୍ଷରୁ ୩ଟି ମୋଟର ଲଗାଯାଇଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପସିଛି । ସେପଟେ ଲୋକେ ତଥା ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ ବର୍ଷା ହେତୁ ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି । ଫସଲ ନଷ୍ଟ ହୋଇଯିବା ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀମାନେ ଏବେ ବଡ ଚିନ୍ତାରେ, କାରଣ ସେମାନେ କରଜ କରି ଧାନ ଚାଷ କରିଥିଲେ । ଦୁଖଃର ବିଷୟ ବର୍ଷା ଯୋଗୁଁ ପାଚିଲା ଧାନ ପାଣିରେ ଭାସୁଛି । ଏବେବି ବର୍ଷା ଲାଗିରହିଛି । ବର୍ଷାକୁ ଖାତିରି ନକରି ଚାଷୀ ବିଲରୁ ପାଣି କାଟିବା ଦେଖିବାକୁ ମିଳିଛି । ଧାନ ବିଲରୁ ପାଣି ଯିବାକୁ କୈାଣସି ସୁବିଧା ନଥିବା କୁହନ୍ତି ।

ସେହିଭଳି କୋଣାର୍କ NAC ର 1ନମ୍ବର ଔର୍ଡ ଠାରୁ ଆରମ୍ଭ କରି ବିଭିନ୍ନ ଓ୍ୱାର୍ଡରେ ଥିବା ଲୋକେ ପାଣି ଘେରରେ ଥିବା ଦେଖିବାକୁ ମିଳିଛି । ପାଣି ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ତଳିଆ ଅଞ୍ଚଳରେ ପାଣି ପସିଛି । ସେପଟେ ସବୁ ଦେଖିବି ଚୁପ୍ ବସିଛନ୍ତି NAC ଅଧିକାରୀ । ସେପଟେ ବାତ୍ୟା ଦାଉରୁ ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ ସବୁ ପାଣିରେ ଭାସୁଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।ଅପର ପକ୍ଷରେ ବର୍ଷାକୁ ଖାତିରି ନକରି ଚାଷୀମାନେ ବିଲରୁ ପାଣି କାଟୁଥିବା ଦେଖିବାକୁ ମିଳିଛି।

Spread the love