IMD ଡିଜିଙ୍କ ସୂଚନା: ନିକଟତର ହେଉଛି ବାତ୍ୟା ଜୱାଦ୍‌, ଆସନ୍ତାକାଲି ଠାରୁ ପାଗ ରହିବ ଶୁଖିଲା

ପୁରୀ, ୦୫/୧୨: ବାତ୍ୟା ଜୱାଦ୍‌ ଧିରେ ଧିରେ ଓଡ଼ିଶାର ନିକଟତର ହେଉଛି । ଏହା ଏବେ ପୁରୀ ଠାରୁ ୭୦ କିମି ଦୂରରେ ରହିଛି । ଆଜି ରାତିରେ ଅବପାତ ରୂପ ନେବା ପରେ ବତ୍ୟାର ପ୍ରଭାବ କମିଯିବ ବୋଲି ଅନୁମାନ କରାଯାଉଛି । ଆସନ୍ତାକାଲି ପଶ୍ଚିମବଙ୍ଗ ଆଡ଼କୁ ବାତ୍ୟା ଗତି କରିବ ବୋଲି ଜଣାପଡ଼ିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତାକାଲି ଠାରୁ ପାଗ ଶୁଖିଲା ରହିବା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love