ବର୍ଷା ଯୋଗୁଁ ପୁରୀ ସହର ତଳି ଅଞ୍ଚଳରେ ଜମିଛି ବର୍ଷାଜଳ, ବଡ଼ଦାଣ୍ଡ ଖାଁ ଖାଁ

ପୁରୀ, ୦୫/୧୨: ବାତ୍ୟା ଜୱାଦ ଦୁର୍ବଳ ହୋଇଥିବା ବେଳେ ପୁରୀରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ବାତ୍ୟା ଜନିତ ବର୍ଷା ଯୋଗୁଁ ପୁରୀ ସହର ତଳି ଅଞ୍ଚଳରେ ବର୍ଷାଜଳ ଜମି ରହିଛି। ପ୍ରଶାସନ ପକ୍ଷରୁ ମୋଟର ପମ୍ପ ଲଗାଯାଇ ଜଳ ନିଷ୍କାସନ କରାଯିବ ବୋଲି କୁହାଯାଇଛି। ସେହିପରି ବର୍ଷା ଯୋଗୁଁ ପୁରୀ ବଡ଼ଦାଣ୍ଡ ଓ ବେଳାଭୂମି ସମ୍ପୁର୍ଣ୍ଣ ଖାଁ ଖାଁ ହୋଇଯାଇଥିବା ବେଳେ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ବେଳାଭୂମିର ଦିଗବାରେଣି ଛକ ଠାରୁ ଲାଇଟ ହାଉସ୍ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ଗତକାଲି ଠାରୁ ନାଲି ପତାକା ପୋତାଯାଇଛି। ବାତ୍ୟା ଜୱାଦର ମୁକାବିଲା ନେଇ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ  ପର୍ଯ୍ୟଟକମାନେ ସ୍ବାଗତ କରିଛନ୍ତି।

Spread the love