ରୋଗରୁ ମୁକ୍ତି ଚାହୁଁଛନ୍ତି କି ତାହାଲେ ଖାଆନ୍ତୁ ଆଳୁ ଚୋପା

ତରକାରୀ ବନାଇବା ପାଇଁ ଯେତେବେଳେ ଆଳୁ କଟାଯାଏ ସେତେବେଳେ ଲୋକେ ଏହାର ଚୋପାକୁ ଛଡାଇ ଦିଅନ୍ତି। ଆଳୁରେ ଚୋପାକୁ ବାହାର କରି ତରକାରୀ ପାଇଁ କାଟି ରଖନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଆଳୁ ଚୋପା ସ୍ୱାସ୍ଥ୍ୟପାଇଁ କେତେ ଲାଭକାରୀ। ଆପଣ ଯଦି ଏହାର ଫାଇଦା ବିଷୟରେ ଥରେ ଜାଣିନେଲେ ତାହେଲେ କେବେବି ଆପଣ ଆଉ ଆଳୁର ଚୋପାକୁ ଛଡାଇ ବ୍ୟବହାର କରିବେନାହିଁ। ଆସନ୍ତୁ ଜାଣିବା ଆଳୁ ଚୋପାର ଫାଇଦା ବିଷୟରେ। ବିଶ୍ୱାସ କରନ୍ତୁ ଯଦି ଥରେ ଏହାର ଫାଇଦା ଜାଣିଯିବେ ତାହେଲେ କେବେବି ଆଳୁର ଚୋପା ଛଡାଇ ତରକାରୀ କରିବେନି।
ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିଥାଏ
ଆଳୁରେ ଭରପୂର ମାତ୍ରାରେ ପୋଟାସିୟମ ରହିଥାଏ। ଯାହା ବ୍ଳଡ ପ୍ରେସରକୁ ରେଗୁଲେଟ କରିବାରେ ସାହାଯ୍ୟ କରିଥାଏ।

ମେଟାବଲିଜିମକୁ ଠିକ୍‌ ରଖିଥାଏ
ଆଳୁର ଚୋପା ମେଟାବଲିଜିମକୁ ଠିକ୍‌ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଖାଇବା ଦ୍ୱାରା ସିରା ମଜବୁତ୍‌ ହୋଇଥାଏ।

ଏନିମିୟା ଠାରୁ ଦୂରେଇ ରଖିଥାଏ
ଆଳୁ ଚୋପାରେ ଆଇରନ ପ୍ରଚୁର ମାତ୍ରାରେ ରହିଥାଏ। ଯାହାଦ୍ୱାରା ଏନିମିୟା ହେବାର ଭୟ ବହୁତ ମାତ୍ରରେ କମ ହୋଇଯାଏ।

ଶକ୍ତି ମିଳିଥାଏ
ଆଳୁ ଚୋପାରେ ଭରପୂର ମାତ୍ରାରେ ଭିଟାମିନ ବି୩ ରହିଥାଏ। ଯାହା ଶରୀରକୁ ତାକତ ଦେବା କାମ କରିଥାଏ।

ଫାଇବରରେ ଭରପୂର ଆଳୁ ଚୋପା
ଆମ ଡାଏଟରେ ଫାଇବରର ମାତ୍ରା ନିଶ୍ଚୟ ସାମିଲ ହେବା ଉଚିତ। ଆଳୁ ଚୋପାରେ ବହୁତ ମାତ୍ରାରେ ଫାଇବର୍ସ ରହିଥାଏ। ଏହା ଡାଇେଷ୍ଟେିଭ ସିଷ୍ଟମକୁ ବି ବୁଷ୍ଟ କରିବା କାମ କରିଥାଏ।

Spread the love