ଆଜି ବି ଚାଲିପାରିଲାନି ବିଧାନସଭା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର ୬।୧୨: ଲଗାତର ପଞ୍ଚମ ଦିନରେ ଚାଲିପାରୁନି ଗୃହ । ପୁଣି ଅଚଳ ହେଲା ବିଧାନସଭା । ଗୃହ କାର୍ଯ୍ୟ ଆରମ୍ଭରୁ ଗୃହ ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ମମିତା ମେହେର ପ୍ରସଙ୍ଗରେ ହୋହଲ୍ଲା କରିଥିଲେ ବିରୋଧୀ । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ସେପଟେ ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଶାସକ ଦଳ ସଦସ୍ୟ ପ୍ରତିବାଦ କରିଛନ୍ତି । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ନମିଳିବା, ପାଇକମାନଙ୍କୁ କଳାକାରର ମାନ୍ୟତା ନମିଳିବାରୁ ବିରୋଧ କରିଛି ବିଜେଡି ।  କେନ୍ଦ୍ରର ଅବହେଳା ପ୍ରତିବାଦରେ ବିଜେଡି ସଦସ୍ୟ ହୋହଲ୍ଲା କରିଥିଲେ । ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ବିଜେଡି ବିଧାୟକମାନେ ଧାରଣା ଦେଇଛନ୍ତି ।

ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇବାକୁ ଶୋଭାଯାତ୍ରା କରିଛି ବିଜେପି । ଚିଠି ପଠାଇବାକୁ ପୋଷ୍ଟ ଅଫିସ ପର୍ଯ୍ୟନ୍ତ ବିଜେପିର ଶୋଭାଯାତ୍ରା । ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଗଲେ ବିଜେପି ସଦସ୍ୟ ।

Spread the love