ଜିଲ୍ଲାପାଳଙ୍କୁ ମଗାଗଲା ବାତ୍ୟା କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ବର ୬।୧୨: ବାତ୍ୟା କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ଖୁବ୍‌ଶୀଘ୍ର ଏହି ରିପୋର୍ଟ ଦେବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରସମନ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି । ତେବେ ରିଲିଫ୍ କୋଡ୍ ଅନୁଯାୟୀ ଚାଷୀଙ୍କୁ ଏହି ସହାୟତା ମିଳିବ ।

Spread the love