ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଶାସକ ଦଳ ସଦସ୍ୟଙ୍କ ପ୍ରତିବାଦ, ଗାନ୍ଧି ମୂର୍ତ୍ତି ତଳେ ଧାରଣା

ଭୁବନେଶ୍ବର ୬।୧୨ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ନମିଳିବା, ପାଇକମାନଙ୍କୁ କଳାକାରର ମାନ୍ୟତା ନମିଳିବାକୁ ନେଇ ବିଜେଡି ବିରୋଧ କରିଛି । ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଶାସକ ଦଳ ସଦସ୍ୟମାନେ ପ୍ରତିବାଦ କରିଛନ୍ତି । କେନ୍ଦ୍ରର ଅବହେଳା ପ୍ରତିବାଦରେ ଗୃହରେ ବିଜେଡି ସଦସ୍ୟ ହୋହଲ୍ଲା କରିଥିଲେ । ଏହାସହ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ବିଜେଡି ବିଧାୟକମାନେ ଧାରଣା ଦେଇଛନ୍ତି ।

ସେପଟେ ଲଗାତର ପଞ୍ଚମ ଦିନରେ ଚାଲିପାରୁନି ଗୃହ । ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଗୃହ କାର୍ଯ୍ୟ ଆରମ୍ଭରୁ ଗୃହ ମଧ୍ୟଭାଗକୁ ଆସି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ । ମମିତା ମେହେର ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିଥିଲେ ବିରୋଧୀ । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଅନ୍ୟପଟେ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇବାକୁ ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି । ଲୋୟର ପିଏମ୍‌ଜି ପୋଷ୍ଟ ଅଫିସ୍ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରାରେ ଯାଇଛନ୍ତି ବିଜେପି ସଦସ୍ୟ ।

Spread the love