ଶାସକ ଦଳ ସଦସ୍ୟ ଗୃହକୁ ବନ୍ଦ କରିବା ନିନ୍ଦନୀୟ ଓ ଲଜ୍ଜାଜନକ : ତାରା ବାହିନୀପତି

ଭୁବନେଶ୍ବର ୬।୧୨ଗୃହ ଅଚଳ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି, ଏହା ଏକ ନିନ୍ଦନୀୟ ଘଟଣା । ମୁଖ୍ୟମନ୍ତ୍ରୀ ଗୃହକୁ ଆସି ହସ୍ତକ୍ଷେପ କରନ୍ତୁ । ବାଚସ୍ପତି ସର୍ବଦଳୀୟ ବୈଠକ ଡ଼ାକନ୍ତୁ । ଗୃହ ଚାଲିବ ପାଇଁ ଆଜି ସୁଦ୍ଧା ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇନାହାନ୍ତି । ବାଚସ୍ପତି ଶାସକ ଦଳର ହାତ ବାରିସ ସାଜିଛନ୍ତି । ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ ।

କଂଗ୍ରେସ ସବୁବେଳେ ଗଠନମୂଳକ ଚିନ୍ତା ଧାରାରେ ବିଶ୍ବାସ କରେ। ଗୃହ ଚଲେଇବା ପାଇଁ ସବୁବେଳେ ଉଦ୍ୟମ କରାଯାଉଛି ।  ତେବେ ଆଜି ବଜେଡି ପକ୍ଷରୁ ଗୃହକୁ ଯେଉଁଭଳି ଭାବେ ମୁଖା ପିନ୍ଧି ଅଭିନବ ଢଙ୍ଗରେ ବନ୍ଦ କରାଗଲା । ଏହା ନିନ୍ଦନୀୟ ଓ ଲଜ୍ଜାଜନକ।

Spread the love