ପାଚିଲା କେଶକୁ କଳା କରିବ ନାଲି ଚା’, ସପ୍ତାହରେ ୪ ଥର ଏମିତି ଉପାୟରେ କରନ୍ତୁ ବ୍ୟବହାର; ନାହିଁ କିଛି ବି ପାର୍ଶ୍ୱ ପ୍ରତିକ୍ରିୟା

ଭୁଲ୍‌ ଖାଦ୍ୟପେୟ ଏବଂ ବଢ଼ୁଥିବା ପ୍ରଦୂଷଣ କାରଣରୁ ଆଜିକାଲି ଲୋକଙ୍କର କେଶ ସମୟ ପୂର୍ବରୁ ପାଚି ଯାଉଛି। ଏହି ଧଳା କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ସାଧାରଣତଃ ହେୟାର କଲର ବ୍ୟବହାର କରି ଥାଆନ୍ତି। ଆଉ ଯେଉଁମାନେ ହେୟାର କଲର ବ୍ୟବହାର କରନ୍ତି, ସେମାନଙ୍କୁ ମଝିରେ ମଝିରେ ଏହାକୁ ଲଗାତାର ଲଗେଇବାକୁ ପଡ଼ିଥାଏ। ସେପଟେ କିଛି ହେୟାର କଲର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ। ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଧଳା କେଶ ସମସ୍ୟା କିଛି ହିଁ ଦିନ ଭିତରେ ଦୂର ହୋଇଯିବ। ଏପରି କି, ଏଥିରେ କୌଣସି ବି ପାର୍ଶ୍ୱ ପ୍ରତିକ୍ରିୟା ରହିବ ନାହିଁ। ଆମେ ଆପଣଙ୍କୁ ନାଲି ଚା’ରୁ କେଶକୁ ପ୍ରାକୃତିକ କଳା କରିବାର ଉପାୟ ବିଷୟରେ କହିବୁ। ଆସନ୍ତୁ ଜାଣିବା, ନାଲି ଚା’ରୁ କେମିତି କରିବା ପାଚିଲା କେଶକୁ କଳା।
ଏମିତି କରନ୍ତୁ ନାଲି ଚା’ର ବ୍ୟବହାର
ନାଲି ଚା’ରେ ଟ୍ୟାନିକ୍‌ ଏସିଡ୍‌ ଭରପୂର ରହିଥାଏ, ଯାହାକି ଆପଣଙ୍କ କେଶକୁ ପ୍ରାକୃତିକ ଉପାୟରେ କଳା କରି ପାରିବ। ଏଥିପାଇଁ ପାଖାପାଖି ୨ କପ୍‌ ପାଣି ନିଅନ୍ତୁ। ଏଥିରେ ୫ରୁ ୬ ଚାମଚ ଚା’ ପତି ପକାନ୍ତୁ। ଏବେ ଏହି ପାଣିକୁ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହାପରେ ସେହି ପାଣିରେ ନିଜ କେଶକୁ ପାଖାପାଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ଏହାପରେ କେଶକୁ ଗରମ ପାଣିରେ ସଫା କରି ନିଅନ୍ତୁ। ଏହାକୁ ସପ୍ତାହରେ ୩ରୁ ୪ ଥର କରନ୍ତୁ।
ନାଲି ଚା’ ଓ କଫି
କେଶକୁ କଳା କରିବା ପାଇଁ ଆପଣ ନାଲି ଚା’ ଓ କଫିକୁ ବ୍ୟବହାର କରି ପାରିବେ। ଏଥିପାଇଁ ପେସା ହୋଇଥିବା କଫି ବିନ୍ସକୁ ୩ କପ୍‌ ପାଣିରେ ପକାଇ ଫୁଟାନ୍ତୁ। ଏହାପରେ ଏଥିରେ ୩ ବ୍ଲାକ୍‌ ଟି ବ୍ୟାଗ୍ସ ପକାନ୍ତୁ। ଯେତେବେଳେ ପାଣି ଭଲ ଭାବେ ଫୁଟିଯିବ, ତ ଏହାକୁ କିଛି ସମୟ ପାଇଁ ଥଣ୍ଡା କରି ନିଅନ୍ତୁ। ଏହାପରେ ବ୍ରଶ୍‌ ସାହାଯ୍ୟରେ ମିଶ୍ରଣକୁ ନିଜ କେଶରେ ଲଗାନ୍ତୁ। ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ନିଜ କେଶରେ ଲଗାଇ ଛାଡ଼ି ଦିଅନ୍ତୁ। ଏବେ ନର୍ମାଲ ପାଣିରେ କେଶ ଧୋଇ ଦିଅନ୍ତୁ।

ନାଲି ଚା’ ଓ ତୁଳସୀ
ପାଚିଲା କେଶ ସମସ୍ୟାକୁ ଦୂର କରିବା ପାଇଁ ଆପଣ ନାଲି ଚା’ ଓ ତୁଳସୀକୁ ବ୍ୟବହାର କରି ପାରିବେ। ଏଥିପାଇଁ ୧ କପ୍‌ ପାଣିରେ ୫ ଚାମଚ ନାଲି ଚା’ ମିଶାନ୍ତୁ। ଏହାପରେ ଏଥିରେ ୫ରୁ ୬ ତୁଳସୀ ପତ୍ର ପକାଇ ଫୁଟାଇ ନିଅନ୍ତୁ। ଯେତେବେଳେ ପାଣି ଭଲ ଭାବେ ଫୁଟିଯିବ, ତ ସେଥିରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ନେବେ। ଏହାପରେ ଏହି ମିଶ୍ରଣକୁ ନିଜ କେଶରେ କିଛି ସମୟ ପାଇଁ ଲଗାଇ ଛାଡ଼ି ଦେବେ। ପୁଣି ସାଦା ପାଣିରେ କେଶ ଧୋଇ ଦେବେ। କିଛି ଦିନ ପର୍ଯ୍ୟନ୍ତ ଏହାକୁ ପ୍ରୟୋଗ କଲେ ଆପଣ ମଧ୍ୟ ନିଜ କେଶରେ ଫରକ ଅନୁଭବ କରି ପାରିବେ।

Spread the love