କିଡ୍‌ନୀରେ ଷ୍ଟୋନ ହୋଇଥିଲେ ପିଅନ୍ତୁ ଉଷୁମ ପାଣି, ପେଟ ଫୁଲିବାକୁ ଦେଇ ନ ଥାଏ; ରହିଛି ଆହୁରି ଅନେକ ଫାଇଦା

କିଡ୍‌ନୀ ଷ୍ଟୋନ ସମସ୍ୟା ଥିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଧିକରୁ ଅଧିକ ଗରମ ପାଣି ପିଇବାକୁ ପରାମର୍ଶ ଦେଇ ଥାଆନ୍ତି। ଗରମ ପାଣିର ସେବନ କିଡ୍‌ନୀ ଷ୍ଟୋନ ସମସ୍ୟାକୁ ଦୂର କରିବାରେ ଲାଭଦାୟକ ବୋଲି କୁହାଯାଇଥାଏ। ବିଶେଷଜ୍ଞଙ୍କ ମୁତାବକ, କିଡ୍‌ନୀ ସମସ୍ୟା ଥିବା ରୋଗୀ ପୂରା ଦିନରେ ୩ରୁ ୪ ଲିଟର ପାଣି ପିଇବା ଦରକାର। ଆସନ୍ତୁ ଜାଣିବା, କିଡ୍‌ନୀ ଷ୍ଟୋନ ସମସ୍ୟାରେ ଗରମ ପାଣି ପିଇବାର କ’ଣ ରହିଛି ଫାଇଦା।
ଥକ୍କାପଣ ସମସ୍ୟା ଦୂର ହୋଇଥାଏ
କିଡ୍‌ନୀରେ ଷ୍ଟୋନ ହୋଇଥିଲେ ସାଧାରଣତଃ ରୋଗୀକୁ ଥକ୍କା ଅନୁଭବ ହୋଇଥାଏ। ଏମିତିରେ ନଖଉଷୁମ ପାଣି ଆପଣଙ୍କ ପାଇଁ ବେଶ୍‌ ଲାଭଦାୟକ ହେବ। ଏହାଦ୍ୱାରା କୋଶିକାଗୁଡ଼ିକରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ସକ୍ରିୟ ହୋଇଥାଏ, ଯାହା ଶରୀର ଭିତର ସମସ୍ୟାକୁ ଦୂର କରିଥାଏ ଏବଂ ଆପଣ ଆକ୍ଟିଭ ରହି ଥାଆନ୍ତି।

ହଜମ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ
କିଡ୍‌ନୀରେ ଷ୍ଟୋନ ହୋଇଥିଲେ ଅସହ୍ୟ ପେଟ ଯନ୍ତ୍ରଣା ହୋଇଥାଏ। କେବେ କେବେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଏମିତିରେ ପ୍ରତିଦିନ ସକାଳେ ଖାଲି ପେଟରେ ଉଷୁମ ପାଣି ପିଇଲେ ଆପଣଙ୍କୁ ଫାଇଦା ପହଞ୍ଚିବ। ହଜମ ସମ୍ବନ୍ଧୀୟ ସମସ୍ୟାକୁ ଉଷୁମ ପାଣି ପିଇ ଦୂର କରାଯାଇ ପାରିବ। ନିୟମିତ ରୂପେ ଗରମ ପାଣି ପିଇବା ଦ୍ୱାରା ଏସିଡିଟି ଏବଂ ଗ୍ୟାସ୍‌ ସମସ୍ୟା ଆଉ ରହିବ ନାହିଁ।
ମିଳିବ ଏହି ଫାଇଦା
କିଡ୍‌ନୀ ଷ୍ଟୋନ ସମସ୍ୟାରେ ଶରୀରରେ ପାଣିର ମାତ୍ରା କମି ଯାଇଥାଏ ନଚେତ୍‌ ଅଟକି ଯାଇଥାଏ। ଶରୀରରେ ପାଣିର ପ୍ରବାହ ଠିକ୍‌ ରଖିବା ପାଇଁ ହାଲୁକା ନଖଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ।

ବହୁତ ଅଧିକ ମାତ୍ରାରେ ପାଣି ପିଅନ୍ତୁ ନାହିଁ
ଷ୍ଟୋନ ସମସ୍ୟା ଥିଲେ ପେଟ ଫୁଲି ଯାଇଥାଏ। ଏଥିରେ ଗରମ ପାଣିର ସେବନ ମଧ୍ୟ ଆପଣଙ୍କ ପାଇଁ ଫାଇଦାଯୁକ୍ତ ହେବ। ଗରମ ପାଣି ପିଇବା ଦ୍ୱାରା ପେଟ ଯନ୍ତ୍ରଣାରୁ ଉପଶମ ମିଳିଥାଏ। ହେଲେ ଧ୍ୟାନ ରଖନ୍ତୁ କି, ଯେପରି ବହୁତ ଅଧିକ ମାତ୍ରାରେ ପାଣି ପିଇବେ ନାହିଁ। ନଚେତ୍‌ ଏହାଦ୍ୱାରା ଆପଣଙ୍କ ସମସ୍ୟା ଆହୁରି ବଢ଼ି ଯାଇପାରେ।

କ’ଣ ଖାଇବେ ନାହିଁ
କିଡନୀ ଷ୍ଟୋନ୍ ହୋଇଥିବା ରୋଗୀଙ୍କୁ ପାଳଙ୍ଗ ଶାଗ ଖାଇବା ମନା। ପାଳଙ୍ଗରେ ଅକ୍ସିଲେଟ୍ ରହିଥାଏ, ଯାହା ରକ୍ତର କ୍ୟାଲସିୟମକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ। ଏହା ଯୋଗୁ କିଡ୍‌ନୀ ତାହାକୁ ଫିଲ୍ଟର କରିପାରେ ନାହିଁ ଓ ତାହା ଶରୀରରେ ଜମି ରୁହେ। ସେହିପରି ଚକୋଲେଟ୍ ଏକ ଏଭଳି ଜିନିଷ, ଯାହା ସମସ୍ତଙ୍କୁ ପସନ୍ଦ ହୋଇଥାଏ। କିନ୍ତୁ ଯଦି ଆପଣଙ୍କୁ କିଡ୍‌ନୀ ଷ୍ଟୋନ୍ ହୋଇଛି, ତେବେ ଚକୋଲେଟକୁ ହାତ ବି ଲଗାନ୍ତୁ ନାହିଁ। କାରଣ ଚକୋଲେଟରେ ଅକ୍ସିଲେଟ୍ ରହିଥାଏ, ଯାହା କିଡ୍‌ନୀର ଆକାରକୁ ଆହୁରି ବଡ଼ କରି ଦେଇଥାଏ। ଏଣୁ ଷ୍ଟୋନ୍ ହୋଇଥିଲେ ଚକୋଲେଟ୍ ଠାରୁ ଦୂରରେ ରୁହନ୍ତୁ।

Spread the love