ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ

ଭୁବନେଶ୍ବର ୭।୧୨: ଆସନ୍ତା ୧୦ ତାରିଖରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ । ମମିତା ମେହେର ମାମଲାରେ ନ୍ୟାୟ ଦାବି କରି ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ । ମମିତା ମେହେର ଘଟଣାରେ ଯେପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବହିଷ୍କାର ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ହେବ । ପୂର୍ବରୁ ନବୀନ ନିବାସ ଘେରାଉ କରିଥିଲା ଦଳ । ଏବେ ବିଧାନସଭା ଘେରାଉ କରିବ । ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ତଦନ୍ତ ନୁହେଁ ଉଚ୍ଚନ୍ୟାୟାଳୟ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ ହେଉ ବୋଲି ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି ।

Spread the love