ବିରିଡାଲି ପୁରି

ଆବଶ୍ୟକ ସାମଗ୍ରୀ:

୨୫୦ ଗ୍ରାମ ବିରି ଡ଼ାଲି

୨ଟି ବଡ଼ ଅଳେଇଚ

ଅଧା ଚାମଚ ଗୋଲମରିଚ ଗୁଣ୍ଡ

୨ ଟି ତେଜ ପତ୍ର

କିଛି ଲଙ୍କା ଗୁଣ୍ଡ

ଗୋଟେ ଚାମଚ ଜିରା

ଅଧା ଚାମଚ ମେଥି ଦାନା

ଗୋଟେ ଚାମଚ ପାନମହୁରୀ

ଗୋଟେ ଚାମଚ ଧନିଆ

୪ କପ ଅଟା

ଅଧା ଚାମଚ ବେକିଙ୍ଗ ସୋଡା଼

ସ୍ୱାଦନୁସରେ ଲୁଣ

ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବିରି ଡ଼ାଲି ଭଲ ଭାବରେ ଧୋଇ ରଖନ୍ତୁ । କିଛି ସମୟ ଭିଜେଇବା ପରେ ଏକ ସଫା କପଡାରେ ଶୁଖାଇ ଦିଅନ୍ତୁ । ଏବେ ଅନ୍ୟ ସମସ୍ତ ମସଲା ଜାତୀୟ ଜିନିଷ ଗୁଡିକୁ କଡେଇରେ ଟିକେ ଭାଜି ଦେଇ ଅଲଗା ରଖି ଦିଅନ୍ତୁ ।

ଏବେ ସବୁକୁ ଗ୍ରାଇଣ୍ଡରରେ ରଖି ଗୁଣ୍ଡ କରିଦିଅନ୍ତୁ । ଏକ ଶୁଖିଲା ଡବାରେ ଅଲଗା କରି ରଖିଦିଅନ୍ତୁ ।

ଏବେ ଅଟା ଚକଟା ବନେଇବା ପାଇଁ ଅଧା କପ ଡ଼ାଲିରେ ଗୋଟେ କପ ଗରମ ପାଣି ଦେଇ ବାଟି ଦିଅନ୍ତୁ । ୩୦ ମିନିଟ ପାଇଁ ଛାଡି ଦିଅନ୍ତୁ ।

ପରେ ସେହି ବାଉଲରେ ଅଟା ଦିଅନ୍ତୁ, କିଛି ବେକିଙ୍ଗ ପାଉଡର ଓ ଲୁଣ ଦିଅନ୍ତୁ ।

ଏସବୁକୁ ଭଲ ଭାବରେ ମିଶାଇ ନରମ କରି ଅଟା ଚକଟି ଦିଅନ୍ତୁ । ସାମାନ ଆକାରର ଗୁଳା ପ୍ରସ୍ତୁତ କରନ୍ତୁ । ଆଉ ଏଥିରେ ପୁରିକୁ ଗୋଲ ଗୋଲ ଆକାରରେ ବେଲି ଛାଣି ଦିଅନ୍ତୁ ।

ଏହି ପୁରି ଆପଣ ଆଚାର କିମ୍ବା ଆଳୁ ତରକାରୀ ସହିତ ଖାଇପାରିବେ ।

 

Spread the love