ପାପୁଲିରେ ବିଷ୍ଣୁ ରେଖା ଥିଲେ ବ୍ୟକ୍ତି ହୁଅନ୍ତି ସୌଭାଗ୍ୟଶାଳୀ, ଆପଣଙ୍କ ହାତରେ ଅଛି କି

ହାତ ପାପୁଲିରେ ଅନେକ ରେଖା ରହିଥାଏ। ଯାହାର ଅଲଗା ଅଲଗା ଅର୍ଥ ରହିଛି। କିଛି ରେଖା ସ୍ୱାସ୍ଥ୍ୟ ବିଷୟରେ କହିଥାଏ ତ ଆଉ କିଛି ରେଖା ଆୟୁଷ, କ୍ୟାରିୟର, ବିବାହ ଏବଂ ପାଠପଢ଼ାକୁ ନେଇ ସୂଚନା ଦେଇଥାଏ। ଏହିସବୁ ରେଖାରୁ କିଛି ରେଖା ଏମିତି ବି ରହିଥାଏ ଯାହା ବହୁତ କମ୍‌ ଲୋକଙ୍କ ହାତରେ ଥାଏ। କୁହାଯାଏ ଯେ ଏହି ରେଖା ଯେଉଁ ଲୋକଙ୍କ ହାତରେ ଥାଏ ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। ଆମେ ଆପଣଙ୍କୁ କହୁଛୁ ବିଷ୍ଣୁ ରେଖା ବିଷୟରେ ଯାହା ବହୁତ ଶୁଭ ବୋଲି ଧରାଯାଏ।

ବିଷ୍ଣୁ ରେଖାକୁ ବହୁତ ଭାଗ୍ୟଶାଳୀ ବୋଲି ଧରାଯାଏ। ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ରେଖା ରହିଥାଏ ସେମାନଙ୍କୁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ। ହସ୍ତରେଖା ବିଜ୍ଞାନ ଅନୁଯାୟୀ ହୃଦୟ ରେଖାରୁ ଗୋଟେ ରେଖା ଗୁରୁ ପର୍ବତ ଆଡକୁ ଯାଇଥାଏ ଯାହା ହୃଦୟ ରେଖାକୁ ଦୁଇ ଭାଗରେ ବାଣ୍ଟି ଦେଇଥାଏ ଏବଂ ଏହାକୁ ବିଷ୍ଣୁ ରେଖା କୁହାଯାଏ। ଏହି ରେଖା ଯେତେ ଗଭୀର ହୋଇଥାଏ ସେତେ ଅଧିକ ଶୁଭ ବୋଲି ଧରାଯାଏ। କୁହାଯାଏ ଯେ ଯାହା ହାତରେ ଏହି ରେଖା ରହିଥାଏ ସେହି ଲୋକଙ୍କ ଉପରେ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ରହିଥାଏ।

ବିଷ୍ଣୁ ରେଖାର ଲାଭ

  • ଏହି ରେଖା ଥିବା ଲୋକ ଯେଁଉ ବି କାମ କରନ୍ତି ସେଥିରେ ତାଙ୍କୁ ନିଶ୍ଚୟ ସଫଳତା ମିଳିଥାଏ।
  • ବିଷ୍ଣୁ ରେଖା ପୁରୁଷଙ୍କ ଡାହାଣ ହାତରେ ରହିଥାଏ ଏବଂ ମହିଳାଙ୍କର ବାମ ହାତରେ ରହିଥାଏ ଯାହାକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ।
  • କୁହାଯାଏ ଯେଉଁ ଲୋକଙ୍କ ହାତରେ ଏହି ରେଖ ରହିଥାଏ ତାଙ୍କ ଜୀବନରେ ସମସ୍ୟା କମ୍‌ ଦେଖିବାକୁ ମିଳିଥାଏ।
  • ଆଉ ଯଦି କୌଣସି ସମସ୍ୟା ଥାଏ ତାହେଳେ ତାହା ମଧ୍ୟ ଶିଘ୍ର ଦୂର ହୋଇଯାଏ।
  • ଯାହା ହାତରେ ଏହି ରେଖା ରହିଥାଏ ସେମାନେ ସବୁବେଳେ ସତର ମାର୍ଗରେ ଚାଲିଥାନ୍ତି ଏବଂ ଭୁଲ କାମକୁ ପ୍ରସୟ ଦିଅନ୍ତିନାହିଁ ଏବଂ ଭୂଲ କାମ ଠାରୁ ଦୂରେଇ ରୁହନ୍ତି।
Spread the love