CDSଙ୍କ ହେଲିକପ୍ଟର କ୍ରାସ୍: ବିପିନ୍ ରାଓ୍ୱତଙ୍କ ଅବସ୍ଥା ଗୁରୁତର, ୪ ମୃତ

ତାମିଲନାଡୁ ୦୮/୧୨: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତେବେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ପାଇଲଟ, ଜଣେ ଇଞ୍ଜିନିୟର ଓ ଆଉ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ତେବେ ଏଥିରେ CDS ବିପିନ ରାଓ୍ୱତଙ୍କ ଅବସ୍ଥା ଗୁରୁତର ଅଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତାଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଟିରୁ ସୁଲରୁ ଆସୁଥିବାବେଳେ ଏହ ସେନା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଟି ଆର୍ମି କ୍ୟାମ୍ପରୁ କାମ ସାରି ଆସୁଥିବେଳେ ଏହି ଦୁର୍ଘଟଣା ଘଟିଥିଲା ।

Spread the love