କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା

ଭୁବନେଶ୍ବର ୮।୧୨: ନିଶା ମାଫିଆଙ୍କ ପରେ ଏବେ କ୍ରାଇମବ୍ରାଞ୍ଚ ଏସଟିଏଫ ଟାର୍ଗେଟରେ ବନ୍ୟପ୍ରାଣୀ ମାଫିଆ । ବାଘ, ହାତୀ ଦାନ୍ତ ପାଇଁ ବନ୍ୟପ୍ରାଣୀ ଶିକାର କରୁଥିବା ଶିକାରୀ, ମିଡ଼ିଲମ୍ୟାନ ଓ ମାଫିଆମାନଙ୍କ ମୋଷ୍ଟ ୱାଣ୍ଟେଡ଼ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ନିର୍ଦ୍ଧିଷ୍ଟ କିଛି ବନ୍ୟପ୍ରାଣୀ ମାଫିଆଙ୍କ ତାଲିକା ତିଆରି ହୋଇଥିବା ଏସଟିଏଫ ଏସ୍‌ପି ତେଜରାଜ ପଟେଲ ସୂଚନା ଦେଇଛନ୍ତି ।

ବୁଧବାର ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଏସଟିଏଫ ଚଢାଉ କରିଥିଲା । ଏସଟିଏଫ ଦ୍ବାରା ବିପୁଲ ବାଗ ନାମକ ଯୁବକ ଅଟକ ।  ବିପୁଲ ନିକଟରୁ ଗୋଟିଏ ହାତୀ ଦାନ୍ତ ଜବତ କରିଛି ଏସଟିଏଫ । ଜବତ ହାତୀ ଦାନ୍ତର ଓଜନ ପ୍ରାୟ ୯ କିଲୋ ହେବ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୧୨ଟି ହାତୀ ଦାନ୍ତ ଜବତ କରିଛି ଏସଟିଏଫ ।  ଏହାସହ ୨୧ଟି ବାଘ ଛାଲ, ୨ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ୪୮ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

Spread the love