ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି : ବିଜେପିର ହଲ୍ଲାବୋଲ ଆନ୍ଦୋଳନ

ଭୁବନେଶ୍ୱର, ୯/୨୧: ମମିତା ହତ୍ୟା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି। ଦଳୀୟ ଅଫିସରୁ ବିଧାନସଭା ଯାଏ ରାଲି କଲେ ହଜାର ହଜାର କର୍ମୀ। ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ରାଲିରେ ଯାଇ ଧାରଣାରେ ବସିଲେ ବିଜେପି କର୍ମୀ। ଏହାପରେ ପୋଲିସ୍‌ ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ଅଗ୍ରସର ହେବାକୁ ଉଦ୍ୟମ କରିଥିଲେ ବିକ୍ଷୋଭକାରୀ। ତେବେ ବିଜେପି କର୍ମୀଙ୍କୁ ଗିରଫ କଲାବେଳେ ପୁଲିସ ସହ ଠେଲାପେଲା ପରିସ୍ଥିତି ଉପୁଜିଛି। ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛି ଦଳ। ଘଟଣା ପଛର ଷଡଯନ୍ତ୍ରକାରୀଙ୍କୁ ରାଜ୍ୟସରକାର ସୁରକ୍ଷା ଦେଉଥିବା ଅଭିଯୋଗ କରିଛି ଦଳ ।

ଅନ୍ୟପଟେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିବାବେଳେ ଅନ୍ୟ  ଆନ୍ଦୋଳନକାରୀଙ୍କୁ ଉଠାଇ ପାରୁନି ପୋଲିସ । ଫଳରେ ବହୁ ମାତ୍ରାରେ ପୋଲିସ ମୁତୟନ ହୋଇଛନ୍ତି। ରାସ୍ତାରୁ ବିଜେପି କର୍ମୀଙ୍କୁ ଉଠାଇବାକୁ ଜୋରଦାର ପ୍ରସ୍ତୁତି କରୁଛି ପୋଲିସ। ଶୋଭାଯାତ୍ରାରେ ଯୁବ ମୋର୍ଚ୍ଚାର ହଜାର ହଜାର କର୍ମୀ ଯୋଗ ଦେଇଛନ୍ତି। ସ୍ଥିତି ଅଣାୟତ ହୋଇଥିବାବେଳେ ପୋଲିସ ଆନ୍ଦୋଳନକାରୀଙ୍କୁ ଲାଠି ଚାର୍ଚ୍ଚା ଆରମ୍ଭ କରିଦେଇଛି ।

Spread the love