ଅଧାରୁ ସରିଲା ବିଧାନସଭା ଶୀତ ଅଧିବେଶନ, ୧୭ କାର୍ଯ୍ୟଦିବସ ଆଗରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଭୁବନେଶ୍ବର ୧୦।୧୨: ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୋଟିଏ ଦିନ ବି ଚାଲି ପାରିଲାନି ଗୃହ । ମମିତା ଝଡ଼ରେ ଧୋଇଗଲା ଶୀତ କାଳୀନ ଅଧିବେଶନ । ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି । ହାଉସର କୌଣସି ବିଜନେସ ନଥିବାରୁ ଏବଂ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବାକୁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।

ସେପଟେ ଏହି ସମୟରେ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିଲେ । ତେବେ ଏହି ୯ ଦିନରେ ପ୍ରାୟ ୨ ଘଣ୍ଟା ବି ଠିକ୍ ଭାବେ ଚାଲିପାରିଲାନି ଗୃହ । କଂଗ୍ରେସ ଓ ବିଜେପିର ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା । ମମିତା ମେହେର ହତ୍ୟାକାଣ୍ଡକୁ ନେଇ ହୁଲସ୍ତୁଲ ହୋଇଥିଲା ବିଧାନସଭା । କଂଗ୍ରେସ ପ୍ରଥମ ଦିନରୁ ବିଧାନସଭାରେ ତାଲା ପକାଇ ପ୍ରତିବାଦକୁ ଜୋରଦାର କରିଥିଲା । ବିଜେପି ମଧ୍ୟ ଗଙ୍ଗା ଜଳ ଓ ଗୋବର ପାଣି ଛିଞ୍ଚି ପ୍ରତିବାଦ କରିଥିଲା । ଶାସକ ଦଳ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲ । ଏପରିକି କି ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲି ପାରିନଥିବା ବେଳେ ଗୋଟିଏ ବି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରିନି ।

ପ୍ରବଳ ହଟ୍ଟଗୋଳ ଭିତରେ ପାରିତ ହୋଇଛି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ଏହା ସହିତ ସରକାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି ।

Spread the love