ମାଆ ହେବେ କମେଡି କୁଇନ୍ ଭାରତୀ ସିଂହ !

ନୂଆଦିଲ୍ଳୀ ୧୦।୧୨ : ଟିଭି ଇଣ୍ଡଷ୍ଟ୍ରୀ କମେଡି କୁଇନ୍‌ ତଥା ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲାମ୍ବାଚିଆ ଦୁହେଁ ତାଙ୍କ କମେଡି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ବର୍ଷ ବର୍ଷ ଧରି ଦର୍ଶକଙ୍କୁ ଏଣ୍ଟରଟେନ୍‌ କରି ଆସୁଛନ୍ତି । ହେଲେ ବର୍ତ୍ତମାନ ଦୁହେଁ ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ପ୍ରାୟତଃ ତାଙ୍କ ପ୍ରଶଂସକମାନେ ଭାରତୀଙ୍କୁ ପଚାରନ୍ତି ଯେ, ସେ କେବେ ଖୁସି ଖବର ଜଣାଇବେ ? କିନ୍ତୁ ଏବେ ଭାରତୀ ପ୍ରଶଂସକମାନଙ୍କୁ ଭଲ ଖବର ଦେବାକୁ ଯାଉଛନ୍ତି। ଭାରତୀ ଏବଂ ହର୍ଷଙ୍କ ଦୁହେଁ ଖୁବ୍‌ଶୀଘ୍ର ବାପା ମାଆ ହେବାକୁ ଯାଉଛନ୍ତି । ୨୦୨୨ରେ ତାଙ୍କ ଘରେ ନୂଆ ଅତିଥି ଆସିବାକୁ ଯାଉଛନ୍ତି ।

ତେବେ ଏକ ସାକ୍ଷାତକାରରେ ଉଭୟଙ୍କ ଜଣେ ଘନିଷ୍ଠ ବନ୍ଧୁ ଭାରତୀ ଗର୍ଭବତୀ ଥିବା ଖବରକୁ ନେଇ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ତାଙ୍କୁ ସେ ଅଧିକ ବାହାରକୁ ଯାଉ ନାହାନ୍ତି ଏବଂ ସବୁକିଛି ବହୁତ କମ୍‌ ପ୍ରୋଫାଇଲରେ ରଖାଯାଇଛି। ଭାରତୀ କପିଲ ଶର୍ମାଙ୍କ ଶୋ’ରୁ ବି କିଛିଦିନ ବିରତି ନେଇଛନ୍ତି ।

ଅନ୍ୟପକ୍ଷରେ ଏହି ଖବରକୁ ଭାରତୀ ଗ୍ରହଣ କରିନାହାନ୍ତି କି ମନା ମଧ୍ୟ କରିନାହାନ୍ତି। ସେ କହିଛନ୍ତି, ‘ମୁଁ ଏହାକୁ ଅସ୍ବୀକାର କରିବି ନାହିଁ କି ନିଶ୍ଚିତ କରିବି ନାହିଁ। କିନ୍ତୁ ଯେତେବେଳେ ଉପଯୁକ୍ତ ସମୟ ଆସିବ, ମୁଁ ଖୋଲାଖୋଲି ଭାବରେ ଏହା ବିଷୟରେ କହିବି। ମୁଁ ଏହାକୁ ଲୁଚାଇ ପାରିବି ନାହିଁ, ଏହା ଲୁଚାଇବା କଥା ହିଁ ନୁହେଁ। ତେଣୁ ଯେତେବେଳେ ବି ମୁଁ ଏହାକୁ ପ୍ରକାଶ କରିବାକୁ ଚାହେଁ, ଏହାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିବି।

Spread the love