ଭଡ଼ା ଘରେ ଏକା ଅଛନ୍ତି ତପସ୍ୱିନୀ, ଡ୍ୟୁଟି କରିବାକୁ ଯାଇ ଡାକ୍ତର ସୁମିତ୍ ଗଲେ କୁଆଡେ ?

ବ୍ରହ୍ମପୁର, ୧୦/୧୨: ମାନ୍ଯବର ଏସ୍‌ଡିଜେଏମ୍ କୋର୍ଟ ଗତକାଲି ଘର ଭଡା କରି ୧୭ ତାରିଖ ପର୍ଯ୍ୟନ୍ତ ତପସ୍ବିନୀ ସହ ସୁମିତ୍‌ଙ୍କୁ ଏକତ୍ର ରହିବାକୁ ଆଦେଶ ଦେଇଥିଲେ । ଆଜି ଘର ଭଡା ବାହାର କରିବା ବଦଳରେ ଦିନ ତମାମ୍ ଆସିକା ଚିନି ଶିଳ୍ପ ଅତିଥି ଭବନରେ ତପସ୍ବିନୀ ରହିଛନ୍ତି । ସେପଟେ ଡାକ୍ତର ସୁମିତ୍ ବାଲିସରା ସ୍ବାସ୍ଥ୍ୟ କେନ୍ଦ୍ରକୁ ଡ୍ଯୁଟିରେ ଯାଇ ଆଉ ଫେରି ନାହାନ୍ତି । ୫ ଦିନ ଛୁଟିରେ କେଉଁ ଆଡ଼େ ସେ ଯାଇଥିବା ସୂଚନା ମିଳିଛି । ତେବେ ଏ ନେଇ ବିଭାଗୀୟ ଅଧିକାରୀ କୌଣସି ସୂଚନା ଦେଇନାହାନ୍ତି । ତପସ୍ବିନୀଙ୍କ ସମସ୍ତ ଦାୟିତ୍ୱ ଡାକ୍ତର ସୁମିତ୍‌ଙ୍କୁ ନିର୍ବାହ କରିବାକୁ ଗତକାଲି କୋର୍ଟ ଆଦେଶ ଦେଇଥିଲେ । ହେଲେ ଆଜି ସୁମିତ୍‌ କେଉଁ ଆଡ଼େ ତାଙ୍କୁ ଛାଡ଼ି ଯାଇଥିବା ଜଣାପଡ଼ିନାହିଁ ।

Spread the love