ଭୟଙ୍କର ଘୂର୍ଣ୍ଣିଝଡ : ୭୦ ମୃତ, ଅନ୍ଧାରରେ ୬୦ ହଜାର ଲୋକ

ନୂଆଦିଲ୍ଲୀ, ୧୨|୧୨:  ଆମେରିକାର କେଞ୍ଚୁକି ସମେତ ଆର୍କାନାସ, ଇଲିଓନସ , ଟେନ୍ନସିରେ ପ୍ରଳୟଙ୍କରୀ ଘୁର୍ଣ୍ଣିଝଡ଼ର ତାଣ୍ଡବ । ଏହି ଘୂର୍ଣ୍ଣିଝଡ଼ ପ୍ରକୋପରେ ୭୦ ଜଣଙ୍କ ମୃତ୍ୟୁ ସହ ୧୦୦ରୁ ଅଧିକ ନିଖୋଜ ଅଛନ୍ତି । ପବନର ବେଗ ପ୍ରାୟ ୨୦୦ କିଲୋମିଟର ଥିବା କେଞ୍ଚୁକି ଗଭର୍ଣ୍ଣର ସୂଚନା ଦେଇଛନ୍ତି ।

କେଞ୍ଚୁକି ପ୍ରଦେଶର ପ୍ରାୟ ୬୦ ହଜାର ଲୋକଙ୍କ ଘରକୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଇଛି । ଘୂର୍ଣ୍ଣିଝଡ଼ ମେ ଫିଲ୍ଡ ସିଟିରେ ବ୍ୟାପକ କ୍ଷତି ଘଟାଇଛି । ଘୂର୍ଣ୍ଣିଝଡ଼ ପ୍ରଭାବରେ ଏକ କ୍ୟାଣ୍ଡଲ କାରଖାନର ଛାତ ଭୁଶୁଡ଼ି ପଡିବାରୁ ସେଠାରେ ଅଧିକ ମୃତାହତ ହୋଇଛନ୍ତି । ଇଲୟନସରେ ଥିବା ଆମାଜନ କମ୍ପାନୀର ୱେୟାର ହାଉସକୁ ବ୍ୟାପକ କ୍ଷତି ପହଞ୍ଚାଇଛି ଏହି ଘୂର୍ଣ୍ଣିଝଡ଼ । କେଞ୍ଚୁକିରେ ଷ୍ଟେଟ୍ ଅଫ୍ ଏମରଜେନ୍ସି ଘୋଷଣା କରାଯାଇଛି ।

ଆମେରିକା ଜାତୀୟ ସୁରକ୍ଷା ଗାର୍ଡର ୧୮୧ ଜଣ ଗାର୍ଡ ମ୍ୟାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଆର୍କାନାସ ,ଇଲଓନସ , ଟେନ୍ନସି ଭଳି ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଛିନ୍ନ ଯୋଗୁଁ ବହୁ ଲୋକ ଏବେ ବି ଅନ୍ଧାରରେ ଅଛନ୍ତି ।.

Spread the love