ଜାଣନ୍ତୁ ଶୀତ ଋତୁରେ ମିଳୁଥିବା ମେଥିଶାଗରେ କଣ କଣ ରହିଛି ଉପାଦେୟ ଗୁଣ…

ଶୀତ ଋତୁ ଆରମ୍ଭ ହେଲେ ପାରିବ ବଜାରରେ ଦେଖିବାକୁ ମିଳେ ବିଭିନ୍ନ ପ୍ରକାର ତଟକା ପନିପରିବା ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଫଳପ୍ରଦ | ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ବିଭିନ୍ନ ଶାଗ ମଧ୍ୟ ମିଳିଥାଏ | ଶାଗ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ | ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ | ମେଥିର ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି | ସେଥିପାଇଁ ମେଥି ଘରେ ଘରେ ଉପଲବ୍ଧ | ସେହିଭଳି ମେଥି ଶାଗର ମଧ୍ୟ ଅନେକ ଗୁଣ ରହିଛି | ମେଥି ଶାଗ ଶୀତରେ ଶରୀରକୁ ଗରମ ରଖିଥାଏ | ମେଥିରେ ତମ୍ବା, ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, ମାଙ୍ଗାନିଜ ଏବଂ ମ୍ୟାଗନେସିୟମ୍ରେ ଭଳି ଖଣିଜ ରହିଛି | ମେଥିରେ ବହୁତ ଭିଟାମିନ ମଧ୍ୟ ରହିଛି | ତେବେ ମେଥି ଶାଗକୁ ରାନ୍ଧି କିମ୍ବା ପରଠା ତିଆରି କରି ଖାଇପାରିବେ | ମେଥି ଖାଇବା ପିଅନ ସାମାନ୍ୟ ପିତା |

ଆସନ୍ତୁ ଜାଣିବା ମେଥି ଶାଗର ଉପାଦେୟ ଗୁଣ :-
୧. ମେଥି ଶାଗ କିମ୍ବା ମେଥି ଦାନ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ | ଏଥିରେ ବହୁ ମାତ୍ରାରେ ପୋଟାସିୟମ ରହିଛି ଯାହାକି ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ |

୨. ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ କରିବାରେ ମେଥି ବହୁତ ଲାଭଦାୟକ ହୋଇଥାଏ | ଏଥିରେ ଲିପୋପ୍ରୋଟିନ ରହିଛି ଯାହା କୋଲେଷ୍ଟ୍ରୋଲର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ |

୩. ମଧୁମେହ ରୋଗୀଙ୍କ ପାଇଁ ଉଭୟ ମେଥି ଶାଗ ଏବଂ ମେଥି ଦାନ ବହୁତ ଲାଭଦାୟକ | ଏଥିରେ ଏମିନୋ ଏସିଡ ରହିଛି ଯାହାକି ଇନସୁଲିନର ଉତ୍ପାଦନକୁ ବୃଦ୍ଧି କରିଥାଏ | ମେଥିରେ ଥିବା ଫାଇବର ବ୍ଲଡ଼ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ |

୪. ମେଥି ଶାଗ ଗଣ୍ଠି ବାତ ବା ଗଣ୍ଠି ଜନିତ ରୋଗ ପାଇଁ ଲାଭଦାୟକ ଅଟେ | ମେଥି ମଞ୍ଜିରେ କ୍ୟାଲସିୟମ, ଆଇରନ ଏବଂ ଫସଫରସ ରହିଛି ଯେଉଁଥିପାଇଁ ଶରୀର ପୀଡାରୁ ମୁକ୍ତି ମିଳିଥାଏ | ଯେଉଁମାନଙ୍କ ଗଣ୍ଠି ରୋଗ ରହିଛି ସେମାନଙ୍କୁ ପ୍ରତିଦିନ ମେଥି ଶାଗ ଖାଇବା ଉଚିତ |

୫. ଖାଦ୍ୟ ଭଲ ଭାବେ ହଜମ ନହେଲେ ପେଟରେ ଯନ୍ତ୍ରଣା ହୋଇଥାଏ |ମେଥି ଶାଗ ଖାଇବା ଦ୍ୱାରା ପେଟ ସଫା ରହିଥାଏ | ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ |

୬. ମେଥିରେ ପ୍ରୋଟିନ, ଫାଇବର, ପୋଟାସିୟମ, ଭିଟାମିନ-ସି ଏବଂ ଆଇରନ ରହିଛି ବୋଲି ଆମେ ପୂର୍ବରୁ ମଧ୍ୟ କହିଛୁ | ମେଥି ଖାଇବା ଦ୍ୱାରା ଚୁଟି ଉପୁଡିବା କମିଥାଏ ଏବଂ ଚୁଟିର ମୂଳ ମଧ୍ୟ ଶକ୍ତ ହୋଇଥାଏ |

Spread the love