ନାବାଳିକା ଚାକରାଣୀକୁ ଚପଲରେ ପିଟିଲେ ଅଭିନେତ୍ରୀ

ମୁମ୍ବାଇ ୧୩/୧୨: ମୁମ୍ବାଇ ପୋଲିସ ଜଣେ ୨୫ ବର୍ଷ ବୟସ୍କା ଅଭିନେତ୍ରୀଙ୍କୁ ଗିରଫ କରିଛି। ଅଭିନେତ୍ରୀଙ୍କ ଉପରେ ଜଣେ ନାବାଳିକା ଚାକରାଣୀଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପୋଲିସ ଅନୁଯାୟୀ, ଚାକରାଣୀର ବିଳମ୍ବରେ କାମକୁ ଆସିବା ହେତୁ ଅଭିନେତ୍ରୀ ଏହା କରିଛନ୍ତି।

ସୂଚନା ଅନୁଯାୟୀ, ଅଭିନେତ୍ରୀ ଜଣଙ୍କ ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ରୁହନ୍ତି। ସେ ଜଣେ ନାବାଳିକାଙ୍କୁ ଚାକରାଣୀ ଭାବରେ ରଖିଥିଲେ। ନାବାଳିକା ଜଣଙ୍କ ବିଳମ୍ବରେ କାର୍ଯ୍ୟକୁ ଆସିଥିଲେ ଏବଂ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରି ନ ଥିବାରୁ ଅଭିନେତ୍ରୀ ତାଙ୍କୁ ମାଡ ମାରିଥିଲେ।

ପୀଡିତା ପୋଲିସକୁ କହିଛନ୍ତି, ତାଙ୍କୁ ଏପରି ଅନେକ ଥର ମାରପିଟ କରାଯାଇଛି। ସେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ କରିନଥିଲେ, କିନ୍ତୁ ଏଥର ଅଭିନେତ୍ରୀ ତାଙ୍କୁ ମାଡ ମାରିବା ସହ ଫଟୋ-ଭିଡିଓ ପାଇଁ ତାଙ୍କ ପୋଷାକ କାଢିବାକୁ କହିଥିଲେ। ଏପରିକି ସେ ତାଙ୍କୁ ସାଣ୍ଡେଲରେ ପିଟିଥିଲେ। ଯାହାଫଳରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ବର୍ତ୍ତମାନ ପୋଲିସ ଅଭିନେତ୍ରୀଙ୍କୁ ଗିରଫ କରିଛି ଏବଂ ଘଟଣାର ତଦନ୍ତ ଚାଲିଛି।

Spread the love