ଓମିକ୍ରନକୁ ନେଇ ବିଶେଷଜ୍ଞଙ୍କ ଚେତାବନୀ: ଡେଲ୍‌ଟା ଠାରୁ ଅଧିକ କ୍ଷତି କରିବ, ଭାରତରେ ଖୁବ୍‌ଶୀଘ୍ର ବ୍ୟାପିଯିବ

 କୋରନାର ନୂଆ ଭାରିଆଣ୍ଟ ଓମିକ୍ରନ ଭାରତ, ବ୍ରିଟେନ୍‌, ବ୍ରାଜିଲ୍‌ ଏବଂ ଚୀନ୍‌ ସମେତ କେତେକ ବଡ଼ ଦେଶରେ ପହଞ୍ଚଗଲାଣି । ଓମିକ୍ରନର ୩୦ରୁ ଅଧିକ ମ୍ୟୁଟେସନ୍‌ ଏହାକୁ ଅତିଶିଘ୍ର ବ୍ୟାପିଯିବାରେ ସହାୟକ ହୋଇଥାଏ। ଭାରତ ଭଳି ବହୁ ଜନସଂଖ୍ୟା ବିଶିଷ୍ଟ ଦେଶକୁ ଏହାଅଧିକ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକାର DSI-NRF ସେଣ୍ଟର ଫର ଏକ୍ସଲେନ୍ସ ଇନ୍ ଏପିଡେମୋଲୋଜିକାଲ ମଡେଲିଂ ଆଣ୍ଡ ଆନାଲିସିସ୍ (SACEMA) ର ନିର୍ଦ୍ଦେଶକ ଜୁଲିଏଟ୍ ପୁଲିୟମ୍ ଦାବି କରିଛନ୍ତି ଯେ ଓମିକ୍ରନ୍ ଭାରିଆଣ୍ଟ ଭାରତରେ ଦ୍ରୁତ ଗତିରେ ବ୍ୟାପିଯିବ । ଏକ ସାକ୍ଷାତକାରରେ ପୁଲିୟମ୍ ଚିନ୍ତା ପ୍ରକଟ କରିଛନ୍ତି ଯେ ଭାରତରେ ଡାକ୍ତରଖାନା ସହିତ ଜଡିତ ଅନ୍ୟ ଅନୁଷ୍ଠାନଗୁଡ଼ିକ ପାଇଁ ଏବେ ଠାରୁ ପ୍ରସ୍ତୁତ ରହିବା ଏକ ବୁଦ୍ଧିମାନ ପଦକ୍ଷେପ।

ପୁଲିୟମ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଓମିକ୍ରନ୍‌ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ଏହା ଅଧିକ ନିଜ କବ୍‌ଜକୁ ନେଇପାରେ। ଏହି ଭାରିଆଣ୍ଟର ବ୍ୟାପିବା କ୍ଷମତା ପୂର୍ବରୁ ଚିହ୍ନଟ ସମସ୍ତ ଭାରିଆଣ୍ଟଠାରୁ ବହୁତ ଅଧିକ । ବର୍ତ୍ତମାନର ସଂକ୍ରମିତଙ୍କୁ ଦେଖିଲେ ଏହା ଦର୍ଶାଉଛି ଯେ, ଭ୍ୟାକ୍‌ସିନ୍‌ ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହା ଆକ୍ରାନ୍ତ କରିବାକୁ ସମର୍ଥ । ଦକ୍ଷିଣ ଆଫ୍ରିକାରେ ଓମିକ୍ରନର ପ୍ରଭାବ ଯେଉଁଭଳି ଭାବେ ଦେଖିବାକୁ ମିଳିଥିଲା ବର୍ତ୍ତମାନ ଏହା ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳିଲାଣି । ଭାରତରେ ଓମିକ୍ରନ ସଂକ୍ରମଣ ବହୁତ ଶୀଘ୍ର ବ୍ୟାପିଯିବ । ଭାରତରେ ଡେଲ୍‌ଟା ଭାରିଆଣ୍ଟ କାରଣରୁ ଆସିଥିବା ଦ୍ୱିତୀୟ ଲହରର ପ୍ରଭାବ ଠାରୁ ଏହା ଆହୁରି ବିପଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।

Spread the love