କଂଗ୍ରେସ ଭବନରେ ପଶି ପୋଲିସ ପିଟିବା ଘଟଣା, ଏସ୍‌ପି ଅଫିସ ଆଗରେ ଧାରଣା ଦେବ ଦଳ

ଭୁବନେଶ୍ୱର, ୧୪|୧୨ :  କଂଗ୍ରେସ ଭବନରେ ପୋଲିସ ପଶି ପିଟିବା ଘଟଣାରେ ଜିଲ୍ଲା ସ୍ତରରେ କଂଗ୍ରେସର ଆନ୍ଦୋଳନ । ମଙ୍ଗଳବାର ବିଭିନ୍ନ ଜିଲ୍ଲାର ଏସପିଙ୍କ ଅଫିସ ଆଗରେ କଂଗ୍ରେସ ଦେବ ଧାରଣା ।

ସକାଳ ୯ଟାରୁ ଅପରାହ୍ନ ୧ଟାଏ ଯାଏଁ ଧାରଣା ଦିଆଯିବ । ଏହି ଧାରଣାରେ ସାମିଲ ହେବେ ଯୁବ, ଛାତ୍ର ଓ ମହିଳା କଂଗ୍ରେସର ନେତା ଓ କର୍ମୀ । ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କଂଗ୍ରେସ। ଘଟଣାରେ କୌଣସି କାଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କଂଗ୍ରେସ କହିଛି । ଗତକାଲି ମଧ୍ୟ କିଛି ଜିଲ୍ଲାରେ ଏସପି ଅଫିସ୍ ଘେରିଥିଲା କଂଗ୍ରେସ ।

Spread the love