୨୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ୧୦୦ ଏକର ଜମିରେ ହୋଇଥିଲା ଚାଷ

ମୋହନା, ୧୪/୧୨: ଗଜପତି ଜିଲ୍ଲାରେ ଚାଲିଛି ଅପରେସନ ଗ୍ରୀନ କ୍ଲିନ । ଆର. ଉଦୟଗିରି ଥାନା ଅନୁଗୁର ଗାଁ ନିକଟରେ ଚଢ଼ାଉ କରି ପ୍ରାୟ ୨୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ ।

ଗାଁ ନିକଟସ୍ତ ସରକାରୀ ଓ ଜଙ୍ଗଲ ଜମିରେ ପ୍ରାୟ ୧୦୩ ଏକର ଗଞ୍ଜେଇ ଚାଷ କାଟି ପୋଡି ନଷ୍ଟ କରିଛନ୍ତି ମିଳିତ ବାହିନୀ । ଗତ ଏକ ମାସ ଧରି ଚାଲିଥିବା ଏହି ଅଭିଯାନରେ ପ୍ରାୟ ୨୦୦ କୋଟିରୁ ଅଧିକ ତାଙ୍କର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ଜଣାପଡିଛି ।

Spread the love