ପାଟଣାରେ ୨୬ ଟିକିଆ ହାତୀପଲଙ୍କ ଆତଙ୍କ : ଭାଙ୍ଗିଲେ ଘର, ଖାଇଲେ ଫସଲ

ପାଟଣା ୧୪/୧୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନରେ ଆତଙ୍କ ଖେଳାଇଛନ୍ତି ୨୬ ଟିକିଆ ହାତୀପଲ । ସଞ୍ଜ ନଇଁଲେ ହାତୀପଲ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି।

ସୋମବାର ବିଳମ୍ବିତ ରାତିରେ ହାତୀପଲ ୪ଟି ଘର ଭାଙ୍ଗି ଘର ଭିତରେ ଥିବା ଧାନ ଚାଉଳକୁ ବୋହି ନେଇ ଖାଇ ଦେଇଛନ୍ତି। ଏଥିସହ ହାତୀପଲ ମାଛଗଡ଼,ଦାମାହୁଦା ଡାଳପକା ଅଞ୍ଚଳରେ ଏକର ଏକର ଧାନ ଫସଲଓ ପନି ପରିବା ଚାଷକୁ ନଷ୍ଟ କରିଛନ୍ତି।

ରାତିରେ ହାତୀପଲ କୁମୁଳାବାହାଳି ଗ୍ରାମର କୁମୁଦ ମହାନ୍ତଙ୍କ ୩ ବଖରା ଘର ଭାଙ୍ଗି ବାସହୀନ କରିଦେଇଛନ୍ତି। ସେହିପରି  ବନବୀର ଗ୍ରାମର ଧନୁର୍ଯ୍ୟୟ ମହାନ୍ତଙ୍କ ଗୋଟିଏ ଘରକୁ ଭାଙ୍ଗି ଦେଇଛନ୍ତି । ଘର ଭିତରେ ଶୋଇଥିବା ଦୁଇ ଶିଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ହାତୀପଲ ଏବେ ପଇତାମଜା ଗାଁ ନିକଟର ଥିବା ବନବିଭାଗ ସୂଚନା ଦେଇଛି। ଖୁବ ଶୀଘ୍ର ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love