ବିମୁଦ୍ରୀକରଣ ଝଟ୍‌କା ନଥିଲା: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଏନ୍‌ଆଇକୁ 2019ର ପ୍ରଥମ ସାକ୍ଷାତକାର ଦେଇଛନ୍ତି। ବିମୁଦ୍ରୀକରଣ ଠାରୁ ଆରମ୍ଭ କରି ଉର୍ଜିତ ପଟେଲ୍‌ଙ୍କ ଇସ୍ତଫା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉପରେ ସେ ନିଜର ମତ ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିମୁଦ୍ରୀକରଣ ନିଷ୍ପତ୍ତି ହଠାତ୍‌ ନିଆଯାଇନଥିଲା। ବ୍ୟବସ୍ଥାକୁ ସ୍ବଚ୍ଛ କରିବା ପାଇଁ ବିମୁଦ୍ରୀକରଣ ଜରୁରୀ ଥିଲା। ଆମେ ବର୍ଷକ ପୂର୍ବରୁ ଲୋକଙ୍କୁ ସତର୍କ କରାଇଥିଲୁ। ଆମେ କହିଥିଲୁ ଯେ ଯଦି ଆପଣମାନଙ୍କ ପାଖରେ କଳାଧନ ରହିଛି, ତେବେ ତାହାକୁ କିଛି ପରିମାଣର ଜରିମାନା ଦେଇ ଜମା କରନ୍ତୁ ଓ ଆମେ ଆପଣମାନଙ୍କୁ ସାହାଯ୍ୟ କରିବୁ। ମାତ୍ର, ସେମାନେ ଭାବିନେଲେ ମୋଦୀ ଅନ୍ୟମାନଙ୍କ ଭଳି। ତେଣୁ ବହୁତ କମ୍ ଲୋକ ଏହାର ଲାଭ ଉଠାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେହିପରି, “ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍‌ ଇସ୍ତଫା ସମ୍ପର୍କରେ ସେ କହିଛନ୍ତି ଯେ, ଛଅ ମାସ ପୂର୍ବରୁ ଉର୍ଜିତ ଇସ୍ତଫା ଦେବାକୁ ଚାହୁଁଥିଲେ। ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ମୁଁ ପ୍ରଥମ ଥର ପାଇଁ ଆଜି ଏହି କଥା ପ୍ରକାଶ କରୁଛି। 6-7 ମାସ ପୂର୍ବରୁ ଇସ୍ତଫା ଦେବାକୁ ଚାହୁଁଥିଲେ। ଲିଖିତ ଭାବେ ମଧ୍ୟ ଜଣାଇଥିଲେ”। ତାଙ୍କ ଉପରେ କୌଣସି ରାଜନୈତିକ ଚାପ ନଥିଲା। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ସେ ବହୁତ ଭଲ କାମ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମଧ୍ୟବିତ୍ତ ବର୍ଗଙ୍କ ସମ୍ପର୍କରେ ହୋଇଥିବା ପ୍ରଶ୍ନର ଉତ୍ତରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଧ୍ୟବିତ୍ତଙ୍କ ବିଷୟରେ ଆମକୁ ମାନସିକତାରେ ପରିବର୍ତନ ଆଣିବାକୁ ପଡ଼ିବ। ମଧ୍ୟବିତ୍ତ ବର୍ଗ କାହାର ଦୟାର ପାତ୍ର ନୁହନ୍ତି। ସେମାନେ ମର୍ଯ୍ୟାଦାର ସହ ବଞ୍ଚନ୍ତି ଓ ଦେଶକୁ ଆଗକୁ ବଢ଼ାଇବାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରୁଛନ୍ତି।

modi

ଏବେ ଦେଶରେ ମୁଦ୍ରାସ୍ଫୀତି ନିମ୍ନ ସ୍ତରରେ ରହିଛି। ଅଧିକ ପରିମାଣର ଆଇଆଇଟି ଓ ଆଇଆଇଏମ୍ ଖୋଲାଯାଉଛି। ସୁଲଭ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯାଉଛି। ବିମାନରେ ଯାତ୍ରା କରିବା ଶସ୍ତା ହୋଇଛି। ଏସବୁ ଥିରୁ କେଉଁମାନେ ଲାଭବାନ ହେଉଛନ୍ତି? ମଧ୍ୟବିତ୍ତ ବର୍ଗ ବୋଲି ସେ କହିଛନ୍ତି। ଅର୍ଥନୈତିକ ଅପରାଧୀଙ୍କ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଦୁର୍ବଳ ଆଇନ ଯୋଗୁ ଅପରାଧୀମାନେ ପଳାୟନ କରୁଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ସବୁ ପ୍ରକାର କଳକୌଶଳ ବ୍ୟବହାର କରୁଛନ୍ତି। ଆଜି ନହେଲେ କାଲି ସେମାନଙ୍କୁ ଅଣାଯିବ। ଭାରତର ଟଙ୍କାକୁ ଯେଉଁମାନେ ଚୋରି କରିଛନ୍ତି ସେମାନଙ୍କୁ ପ୍ରତିଟି ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜାତୀୟ ସଂସ୍ଥାଗୁଡ଼ିକୁ ସରକାର ଦୁର୍ବଳ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଯେଉଁ ଅଭିଯୋଗ କରୁଛନ୍ତି ସେ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ମତ ରଖିଛନ୍ତି।

ସେ କହିଲେ, ଦଶ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୁର୍ବଳ କରିଦିଆଗଲା ଓ ଏନ୍‌ଏସି ଗଠନ କରାଯାଇଥିଲା। ତାହା ହେଉଛି ସଂସ୍ଥା ପ୍ରତି ଅପମାନ। କେଉଁ ବ୍ୟବସ୍ଥାରେ ଜଣେ ଦଳର ନେତା କ୍ୟାବିନେଟ୍‌ର ନିଷ୍ପତ୍ତିକୁ ଚିରି ଫାଡ଼ି ଦିଏ। ଆମକୁ ସଂସ୍ଥାଗୁଡ଼ିକୁ ସମ୍ମାନ ଦେବାକୁ ହେବ। ଆମର ଜଣେ ପ୍ରଧାନମନ୍ତ୍ରୀ ଅତୀତରେ ଯୋଜନା କମିସନ ସଦସ୍ୟଙ୍କୁ ‘‌ଜୋକର’ କହିଥିଲେ ବୋଲି ସେ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସେହି ସମୟରେ ଯୋଜନା କମିସନ ଉପାଧ୍ୟକ୍ଷ ଭାବେ କାମ କରୁଥିବା ଡକ୍ଟର ମନମୋହନ ସିଂହଙ୍କ ଉଦ୍ଦେଶ୍ୟରେ ଏଭଳି କହିଥିଲେ।

They will be happy to tell you what you`ve left out, how you need to improve your manuscript, and what they like or dislike https://proessaywriting.org/.
Spread the love