ଶୀତଦିନେ ଏସବୁ ବ୍ୟକ୍ତି ଭୁଲରେ ବି ଖାଆନ୍ତୁ ନାହିଁ କଦଳୀ

ଶୀତଦିନେ କଦଳୀ ଖାଇବା ଉଚିତ ନା ଅନୁଚିତ, ଏହି ପ୍ରଶ୍ନ ପ୍ରାୟତଃ ସମସ୍ତଙ୍କ ମନରେ ରହିଥାଏ। କଦଳୀ ଏକ ଏମିତି ଫଳ ଯାହା ଶରୀରକୁ ଭରପୂର ଏନର୍ଜି ଦେଇଥାଏ। କିନ୍ତୁ ଯଦି ଆପଣଙ୍କୁ ଥଣ୍ଡା ହୋଇଛି କିମ୍ବା ନିଃଶ୍ୱାସ ନେବାରେ ସମସ୍ୟା ଉପୁଜୁଛି ତେବେ ଶୀତଦିନେ ରାତିରେ କଦଳୀ ଖାଆନ୍ତୁ ନାହିଁ। କାରଣ ଏହା ଦ୍ୱାରା ଶୀଘ୍ର କଫ ହୁଏ।

ଏକ୍ସପର୍ଟଙ୍କ କହିବାନୁସାରେ, ସାଇନସ ସମସ୍ୟା ଥିବା ରୋଗୀ ଆଦୌ କଦଳୀ ଖାଇବା ଉଚିତ ନୁହେଁ କିମ୍ବା ସୀମିତ ମାତ୍ରାରେ ଖାଇବେ। ତେବେ ଥଣ୍ଡା ଥିବା ବ୍ୟକ୍ତି ଶୀତଦିନ ରାତିରେ କଦଳୀ ନ ଖାଇବା ଭଲ। ଏହା ଦ୍ୱାରା କାଶ ଓ ଥଣ୍ଡା ବଢ଼ିଯାଏ।

ଶୀତଦିନେ ହାଡ଼ ସମ୍ବନ୍ଧୀୟ ସମସ୍ୟା ଦୁଇ ଗୁଣିତ ହୋଇଯାଏ। ପ୍ରତିଦିନ ଆବଶ୍ୟକତା ଅନୁସାରେ କ୍ୟାଲସିୟମ ଖାଇଲେ ଆଣ୍ଠୁ ଗଣ୍ଠି ସୁସ୍ଥ ରହେ। କଦଳୀରେ ସମସ୍ତ ଜରୁରୀ ଭିଟାମିନ, ମିନେରାଲସ ଯଥା-ପୋଟାସିୟମ, କ୍ୟାଲସିୟମ, ମାଙ୍ଗାନିଜ, ମ୍ୟାଗନେସିୟମ, ଆଇରନ, ଫୋଲେଟ, ବି ୬ ଆଦି ରହିଛି। ଏହା ଶରୀରକୁ ଠିକ ରୂପେ କାର୍ଯ୍ୟକ୍ଷମ ରଖେ। ତେଣୁ ଆଣ୍ଠୁ ଗଣ୍ଠି ରୋଗୀ କଦଳୀ ଖାଇବା ଉଚିତ।

କଦଳୀ ଖାଇବା ଦ୍ୱାରା ହାର୍ଟ ରୋଗର ଆଶଙ୍କା ଦୂର ହୁଏ। ଏହା ବ୍ଲଡ଼ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଏଣୁ ଏହି ସମସ୍ୟା ଥିବା ବ୍ୟକ୍ତି ମଧ୍ୟ ଶୀତଦିନେ କଦଳୀ ଖାଇପାରିବେ। କିଛି ଅସୁବିଧା ନାହିଁ। କିନ୍ତୁ ଯଦି ଥଣ୍ଡା କିମ୍ବା କାଶ ହେଉଥାଏ, ତେବେ କଦଳୀ ଖାଇବାରୁ ବିରତ ରୁହନ୍ତୁ। ଏହା ସମସ୍ୟାକୁ ବଢ଼ାଇ ଦେଇପାରେ।

Spread the love