ମିହିର ଦାସଙ୍କ ବାୟୋଗ୍ରାଫିରେ ଭୁଲ ତଥ୍ୟ ଦେଲା ଓ୍ଵିକିପିଡିଆ

ଓ୍ଵିକିପିଡିଆରେ ଭୁଲ ତଥ୍ୟ । ମିହିର ଦାସଙ୍କ ବାୟୋଗ୍ରାଫିରେ ଭୁଲ ତଥ୍ୟ ଦେଇଛି ଓ୍ଵିକିପିଡିଆ । ଓ୍ଵିକିପିଡିଆରେ ଏଭଳି ଭୁଲ ତଥ୍ୟକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉଦବେଗ । କାହିଁକି ଏଭଳି ଭୁଲ ତଥ୍ୟ ଦିଆଯାଇଛି ବୋଲି ପ୍ରଶ୍ନ ଉଠିଛି ? ଓ୍ଵିକିପିଡିଆରେ କିଏ ଏଭଳି ତଥ୍ୟକୁ ପୋଷ୍ଟ କରିଛି, ତାକୁ ନେଇ ପ୍ରଶ୍ନ ।

ଓଡ଼ିଆ ସିନେମାର ଭର୍ସାଟାଇଲ ଅଭିନେତା ମିହିର ଦାସ । ବଳିଷ୍ଠ ଅଭିନୟ, ଗମ୍ଭୀର ସ୍ୱର, ଚରିତ୍ର ନିଖୁଣ ଭାବେ ପରଦାରେ ଉତାରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମିହିର ଦାସ । ତିନିଦଶନ୍ଧି ଧରି ଓଡ଼ିଆ ସିନେମାରେ ଅଭିନୟ ତାଙ୍କୁ ସମ୍ମାନ ଓ ପୁରସ୍କାରର ଅଧିକାରୀ କରାଇପାରିଛି। ୧୯୬୬ ମସିହା ଫେବୃଆରି ୧୭ ତାରିଖରେ ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଥିଲେ ମିହିର।

ସୂଚନା ଥାଉକି, ନିକଟରେ ଅଭିନେତା ମିହିର ଦାସ ଗୁରୁତର ହୋଇପଡିଥିଲେ। କିଡ୍‌ନୀ ରୋଗରେ ପୀଡ଼ିତ ହୋଇ ଗୁରୁତର ହୋଇପଡିଥିବା ବେଳେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଥିବା କୁହାଯାଉଛି। ତାଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

Spread the love