ପିଜ୍ଜା ସମୋସା
ଆବଶ୍ୟକ ସାମଗ୍ରୀ
ମଇଦା – ଏକ କପ୍
- ମୋଜରେଲା ଚିଜ୍ – ଆବଶ୍ୟକ ଅନୁସାରେ (କଦ୍ଦୁକସ୍ ହୋଇଥିବା)
- ସିମଲା ଲଙ୍କା – ୧ ଚାମଚ୍
- ପିଜ୍ଜା ସସ୍ – ୧ ଚାମଚ
- ତେଲ – ୩ ଚାମଚ୍
- ପିଆଜ – ଗୋଟିଏ (କଟା ହୋଇଥିବା)
- ମଟର – ୨ ଚାମଚ (ସିଝା ହୋଇଥିବା)
- କର୍ଣ୍ଣ – ୨ ଚାମଚ୍ (ସିଝା ହୋଇଥିବା)
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ ଗୋଟେ ପାତ୍ରରେ ମଇଦା, ଲୁଣ, ତେଲ ଏବଂ ପାଣି ପକାଇ ଭଲଭାବେ ଚକଟି ଦିଅନ୍ତୁ।
- ଅଟା ଚକଟିବା ପରେ ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ନରମ କପଡାରେ ଘୋଡାଇ ରଖନ୍ତୁ।
- ଏକ ପ୍ୟାନରେ ତେଲ ଗରମ କରି ସିମଲା ଲଙ୍କା, ପିଜ୍ଜା ସସ୍, ଲୁଣ, ମଟର, କର୍ଣ୍ଣ ଏବଂ ଚିଜକୁ ହାଲକା ଭାଜି ଦିଅନ୍ତୁ।
- ଏବେ ଅଟା ଗୋଲାକୁ ନେଇ ରୁଟି ଭଳି ବେଲି ଦିଅନ୍ତୁ ସେଥିରେ ପ୍ରସ୍ତୁତ ମିଶ୍ରଣକୁ ଭର୍ତ୍ତି କରି ସମୋସା ସେପ୍ ଦିଅନ୍ତୁ।
- ପ୍ୟାନରେ ତେଲ କରି ସିଙ୍ଗଡା ବା ସମୋସାକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
- ଏବେ ଆପଣଙ୍କର ପିଜ୍ଜା ସମୋସା ପ୍ରସ୍ତୁତ ହୋଇଯାଇଛି।
- ଏହାକୁ ଆପଣ ଟମାଟୋ ସସ୍ ସହିତ ସର୍ଭ କରନ୍ତୁ।