୭ ମୃତ ବିଦେଶୀ ପକ୍ଷୀ ସହ ୨ ଶିକାରୀ ଗିରଫ

ଟାଙ୍ଗୀ ୧୬।୧୨: ଚିଲିକାରେ ପକ୍ଷୀ ଶିକାର ବେଳେ ଧରାପଡିଗଲେ ଶିକାରୀ । ୭ ମୃତ ବିଦେଶୀ ପକ୍ଷୀଙ୍କ ସହିତ ୨ ଶିକାରୀ ଗିରଫ ହୋଇଛନ୍ତି । ଗିରଫ ଶିକାରୀମାନେ ହେଲେ ପୁରୀ ଜିଲ୍ଲା ଗଡିଶାଗଦା ଥାନା ଅଧିନସ୍ଥ ଜାଗୁଳେଇ ପଦର ଗାଁର ଦୁସ୍ମନ୍ତ ବେହେରା ଓ ସୁରେନ୍ଦ୍ର ବେହେରା । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଚିଲିକାରେ ପାଟ୍ରୋଲିଂ ବେଳେ ଭୁଷଣ୍ଡପୁର ସ୍ଥିତ ଚିଲିକା ମଧ୍ୟରୁ ଏହି ପକ୍ଷୀ ଶିକାରୀଙ୍କୁ ଧରାପଗଡ କରିଛନ୍ତି । କଇଁ ଫୁଲ କେଶରରେ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଥିଲେ ଏହି ପକ୍ଷୀ ଶିକାରୀ ।

Spread the love