ସତସଙ୍ଗ ପ୍ରଧାନ ଆଶ୍ଚର୍ଯ୍ୟଦେବ ଶ୍ରୀ ଶ୍ରୀ ଅଶୋକ ରଞ୍ଜନ ଚକ୍ରବର୍ତ୍ତୀଙ୍କ ପରଲୋକ

ଦୁର୍ଗାପୁର ୧୬।୧୨: ଦେଓଗଡ ସତସଙ୍ଗ ଆଶ୍ରମର ପ୍ରଧାନ ଆଶ୍ଚର୍ଯ୍ୟଦେବ ଶ୍ରୀ ଶ୍ରୀ ଅଶୋକ ରଞ୍ଜନ ଚକ୍ରବର୍ତ୍ତୀଙ୍କ ଦେହାନ୍ତ ହୋଇଛି । ଦୁର୍ଗାପୁର ସ୍ଥିତ ମିଶନ ହସ୍ପିଟାଲରେ ଗୁରୁବାର ସକାଳ ୯ଟା ୪୦ ମିନିଟ୍‌ରେ ତାଙ୍କ ପରଲୋକ ହୋଇଛି । ସେ ଶ୍ରୀ ଶ୍ରୀ ଦାଦା ନାମରେ ବେଶ୍ ପରିଚିତ ଥିଲେ ।

ପରମ ପୂଜ୍ୟପଦ ଶ୍ରୀ ଶ୍ରୀ ଅଶୋକ ରଞ୍ଜନ ଚକ୍ରବର୍ତ୍ତୀ ହେଉଛନ୍ତି ସ୍ବର୍ଗତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ନାତି । ଅଶୋକ ଚକ୍ରବର୍ତ୍ତୀ ଜଣେ ଆଧ୍ୟାତ୍ମିକ ଗୁରୁ ଥିଲେ । ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ସେ ଦୁଇ ମାସ ହେଲା ଚିକିତ୍ସାଧିନ ଥିଲେ । ଦକ୍ଷିଣ ଦୁର୍ଗାପୁର ଶ୍ୟାମପୁର ସ୍ଥିତ ସତସଙ୍ଗ ମନ୍ଦିର ପରିସରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Spread the love