ମନଲାଖି ଚାକିରି ଓ‌ ଟଙ୍କା ପାଇଁ 3ଅପରାଜିତା ଫୁଲର ପାଣି ପିଅନ୍ତୁ

ଧନର ଅଭାବ ସମସ୍ତଙ୍କର ରହିଛି। ପ୍ରାୟ ଅଧିକାଂଶ ଲୋକ ଆର୍ଥିକ ସ୍ଥିତିକୁ ସାମ୍ନା କରୁଛନ୍ତି। ଟଙ୍କା ପଇସାର ଅଭାବକୁ ଦୂର କରିବା ପାଇଁ ଅନେକ କିଛି ଉପାୟ କରାଯାଏ। କିନ୍ତୁ ଅନେକ ଥର କିଛି ଉପାୟ ଏମିତି ରହିଛି ଯାହା ଆପଣଙ୍କ ଦାରିଦ୍ୟକୁ ଦୂର କରିବାରେ ବେଶ୍‌ ସହାୟକ କରିଥାଏ। ଆପଣ ଅପରାଜିତା ଫୁଲର ଏହି ଉପାୟ କରି ଟଙ୍କାର ଅଭାବକୁ ପୂରା କରିବା ସହ ଆର୍ଥିକ ଅଭାବକୁ ଦୂର କରିପାରିବେ। ତେବେ ଜାଣନ୍ତୁ କଣ ସେହି ଉପାୟ।

ଯେଉଁ ଲୋକଙ୍କର ଆର୍ଥିକ ସ୍ଥିତି ଭଲ ନାହିଁ କିମ୍ବା ଆର୍ଥିକ ସ୍ଥିତି ଦେଇ ଗତି କରୁଛନ୍ତି ସେମାନଙ୍କୁ ସୋମବାର କିମ୍ବା ଶନିିବାର ଦିନ ନଦୀରେ ତିନୋଟି ଅପରାଜିତା ଫୁଲକୁ ପ୍ରବାହିତ କରିଦେବା ଉଚିତ। ଏମିତି କରିବା ଦ୍ୱାରା ଆର୍ଥିକ ସମୃଦ୍ଧି ହେବା ସହିତ ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ। ଏହି ଉପାୟକୁ ୩ ସପ୍ତାହ କରନ୍ତୁ।

ମନଲାଖି ଚାକିରି ପାଇବା ପାଇଁ ଅପରାଜିତାର ପାଞ୍ଚଟି ଫୁଲ ସହ ଫିଟିକାରୀର ପାଞ୍ଚଟି ଖଣ୍ଡକୁ ଭଗବାନଙ୍କ ପାଖରେ ଚଢ଼ାନ୍ତୁ। ଏବଂ ପରଦିନ ଚଢ଼ାଇଥିବା ଅପରାଜିତାର ଫୁଲକୁ ନେଇ ନିଜ ପର୍ସରେ ରଖିଦିଅନ୍ତୁ। ଇଣ୍ଟରଭ୍ୟୁକୁ ଯିବାକୁ ପୂର୍ବରୁ ଏହି ଫୁଲକୁ ସାଥିରେ ନେଇ ଯାଆନ୍ତୁ। ଦେଖିବେ ନିଶ୍ଚୟ ସଫଳତା ମିଳିବ।

ଶନିବାର ଦିନ ଶନି ଦେବଙ୍କୁ ନୀଳ ଅପରାଜିତା ଫୁଲ ମାଳ ଚଢ଼ାଇଲେ ଶନି ଦେବେ ଖୁସି ହୋଇଥାନ୍ତି। ଯାହାଦ୍ୱାରା ଜୀବନରେ ଆସୁଥିବା ବାଧାବିଘ୍ନ ଏବଂ ସମସ୍ୟା ସବୁ ଦୂର ହୋଇଯିବ। ଏହାଛଡା ଜୀବନରେ ଉନ୍ନତି ଏବଂ ସୁଖ ସମୃଦ୍ଧି ପାଇଁ ସୋମବାର ଦିନ ଶିବଲିଙ୍ଗ ଉପରେ ନୀଳ କିମ୍ବା ଧଳା ଅପରାଜିତା ଫୁଲ ନିଶ୍ଚୟ ଚଢ଼ାନ୍ତୁ।

ଯଦି ଆପଣଙ୍କର ବିବାହ ହୋଇନାହିଁ କିମ୍ବା ବୈବାହିତ ଜୀବନରେ ଅନେକ ସମସ୍ୟାକୁ ସାମ୍ନା କରୁଛନ୍ତି ତାହେଲେ ସୁନସାନ୍‌ ଜାଗାରେ ମାଟିରେ ପାଞ୍ଚଟି ଅପରାଜିତାର ଫୁଲକୁ ପୋତି ଦିଅନ୍ତୁ। ମାଟି ଖୋଲିୀବା ସମୟରେ କାଠିର ବ୍ୟବହାର କରନ୍ତୁ। ଏହି ଉପାୟ କରିବା ଦ୍ୱାରା ବିବାହ ହେବା ସହିତ ଦାମ୍ପତ୍ୟ ଜୀବନରେ ଆସୁଥିବା ସବୁ ସମସ୍ୟାରୁ ମୁକ୍ତି ମିଳିବ।

ମନସ୍କାମନ ପୂରା କରିବା ପାଇଁ ନୀଳ ଅପରାଜିତାର ମାଳ ବନାଇ ଦେବୀ, ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଚଢ଼ାନ୍ତୁ। ଏମିତି କରିବା ଦ୍ୱାରା ଦେବୀ ଦେବତା ପ୍ରସନ୍ନ ହୋଇ ମନସ୍କାମନା ପୂରା କରିଥାନ୍ତି। ଏହାସହ ଜୀବନରେ ଖୁସି ଭରିଯାଏ।

Spread the love