ଶୀତଦିନ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ ପିଅନ୍ତୁ ଲବଙ୍ଗ ପାଣି

ଆମ ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ମସଲା ବ୍ୟବହାର କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଲବଙ୍ଗ। ଲବଙ୍ଗ ରୋଷେଇ ଘରେ ସହଜରେ ଉପଲବ୍ଧ ହୋଇ ପାରୁଥିବା ଏକ ମସଲା। ଏହାର ସ୍ୱାଦ ଭଲ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ ହୋଇଥାଏ। ଲବଙ୍ଗରେ ଭିଟାମିନ୍ ସି, ଫାଇବର, ମାଙ୍ଗାନିଜ୍, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ୍ କେ ଭରପୂର ମାତ୍ରାରେ ମିଳିଥାଏ। ଏମିତିରେ ଶୀତଦିନେ ଲବଙ୍ଗ ପାଣି ପିଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଆସନ୍ତୁ ଜାଣିବା କେମିତି ବନା ଯାଇଥାଏ ଲବଙ୍ଗ ପାଣି ଏବଂ କ’ଣ ରହିଛି ଏହାର ଉପକାରିତା।

Related post

ମନଲାଖି ଚାକିରି ଓ‌ ଟଙ୍କା ପାଇଁ 3ଅପରାଜିତା ଫୁଲର ପାଣି ପିଅନ୍ତୁ http://satyadrasta.com/aparajita-2/

ଲବଙ୍ଗ ପାଣିର ଉପକାରିତା

ଶରୀର ଫୁଲାକୁ କମ୍‌ କରେ: ଲବଙ୍ଗରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ରହିଛି, ଯାହାକି ଆପଣଙ୍କୁ ଚିନ୍ତା, ଅବସାଦକୁ କମ୍‌ କରିବ। ଏହା ଶରୀର ଫୁଲାକୁ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିବ।

ସଂକ୍ରମଣକୁ ରୋକିବ: ଲବଙ୍ଗରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ଆପଣଙ୍କୁ ସଂକ୍ରମଣ ଏବଂ କ୍ଷତିକାରକ ଜୀବାଣୁରୁ ରକ୍ଷା କରିପାରିବ।

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ: ମଧୁମେହ ରୋଗୀମାନେ ଲବଙ୍ଗ ପାଣିର ସେବନ ନିଶ୍ଚୟ କରିବା ଉଚିତ। ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

କାଶ ଏବଂ ଶୀତରୁ ମୁକ୍ତି ଦେଇଥାଏ: ଲବଙ୍ଗ ପାଣି ଆପଣଙ୍କୁ କାଶ, ଥଣ୍ଡା, ଭାଇରାଲ୍ ସଂକ୍ରମଣ, ବ୍ରୋଙ୍କାଇଟିସ୍, ସାଇନସ୍ ଏବଂ ଆଜମା ଭଳି ରୋଗରୁ ମୁକ୍ତି ଦେବାରେ ସାହାଯ୍ୟ କରିପାରେ।

ଦାନ୍ତ ଯନ୍ତ୍ରଣାରେ ଲାଭଦାୟକ: ଉଷୁମ ପାଣି ସହିତ ଲବଙ୍ଗ ସେବନ କରନ୍ତୁ। ଏହା ଆପଣଙ୍କୁ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇପାରେ। ଆପଣ ଦାନ୍ତରେ ଏକ ଲବଙ୍ଗ ମଧ୍ୟ ରଖି ପାରିବେ, ଯଦ୍ଦ୍ଵାରା ଆପଣଙ୍କୁ ଆରାମ ଅନୁଭବ ହୋଇ ପାରିବ।

ଲବଙ୍ଗ ପାଣି କିପରି ତିଆରି କରିବେ

ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ୨ରୁ ୩ଟି ଲବଙ୍ଗ ପକାଇ ଭଲ ଭାବରେ ଫୁଟାଇ ନିଅନ୍ତୁ। ୫ ମିନିଟ୍ ଫୁଟିବା ପରେ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଉଷୁମ ପାଣି ପିଅନ୍ତୁ।

 

Spread the love