ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କଲା ଭୂଟାନ

ନୂଆଦିଲ୍ଲୀ୧୭/୧୨: ଭାରତର ପ୍ରଧାନମନ୍ତ୍ରୀ ନର୍ନେଦର ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିଛି ଭୁଟାନ୍ । ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ଫେସବୁକ୍ ଆକାଉଣ୍ଟରେ ଏହି ସୂଚନା ଦେଇଛି । ଭୁଟାନର ଏହି ସର୍ବୋଚ୍ଚ ନାଗରିକ ସମ୍ମାନର ନାମ ହେଉଛି ନଗଦେଗ ପେଲ ଗି ଖୋରଲୋ । ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ମଧ୍ୟ ବିନା ସର୍ତ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବନ୍ଧୁତା ବିଷୟରେ ଉଲ୍ଲେଖ କରିଛନ୍ତି ।

ଏହା ସହିତ କୋଭିଡ -19 ମହାମାରୀ ସମୟରେ ଭାରତ ଭୁଟାନକୁ କରିଥିବା ସହଯୋଗ ବିଷୟରେ ମଧ୍ୟ ସ୍ପଷ୍ଟ କରିଛନ୍ତି । ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫେସବୁକରେ ଏହାର ଅଫିସିଆଲ ପୋଷ୍ଟରେ ଭୁଟାନର ରାଜାଙ୍କ ତରଫରୁ କୁହାଯାଇଛି, ଯେ ଭୁଟାନବାସୀଙ୍କ ତରଫରୁ ବହୁତ ଅଭିନନ୍ଦନ । ଆପଣଙ୍କୁ ଜଣେ ମହାନ ଏବଂ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ଦେଖିଛୁ । ବ୍ୟକ୍ତିଗତ ଭାବରେ ସମ୍ମାନ ପାଳନ କରିବାକୁ ଅପେକ୍ଷା କରିଛି । ବନ୍ଧୁତା ଏବଂ ସହଯୋଗ ପାଇଁ ଭୁଟାନ ଦ୍ୱାରା ପିଏମ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Spread the love