କାୟା ମେଲାଉଛି ଓମିକ୍ରନ, ମହାରାଷ୍ଟ୍ରରେ ପୁଣି ୮ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ ୧୮/୧୨ : କାୟା ମେଲାଇବାରେ ଲାଗିଛି । ମହାରାଷ୍ଟ୍ରରେ ସାଂଘାତିକ ହେଲାଣି ସ୍ଥିତି । ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ମହାରାଷ୍ଟ୍ରରେ ଆଉ ୮ ନୂଆ ଓମିକ୍ରନ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବିମାନବନ୍ଦରରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ସତାରାରୁ ୩ ଜଣ ଏବଂ ଜଣେ ଆକ୍ରାନ୍ତ ପୁଣେରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୪୮ରେ ।

ତେବେ ବଡ କଥା ହେଉଛି ମହାରାଷ୍ଟ୍ରରେ ମୋଟ ୪୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ଜଣ ସୁସ୍ଥ ହୋଇସାରିଲେଣି । ପ୍ରତିଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଦେଶରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬ରେ ପହଞ୍ଚିଛି । ସେଥିମଧ୍ୟରୁ ମହାରାଷ୍ଟ୍ରରେ ୪୮ଜଣ ରହିଥିବା ବେଳେ, ଦିଲ୍ଲୀରେ ୨୨ଜଣ, ରାଜସ୍ଥାନରେ ୧୭ଜଣ, କର୍ଣ୍ଣାଟକରେ ୧୪ଜଣ, ତେଲେଙ୍ଗାନାରୁ ୮ଜଣ, ଗୁଜରାଟରୁ ୭ଜଣ, କେରଳ ୧୧ଜଣ, ଆନ୍ଧ୍ର ପ୍ରଦେଶା, ଚଣ୍ଡିଗଡ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରୁ ଜଣେ ଲେଖାଏ ଓମିକ୍ରନ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।

Spread the love