ଟ୍ୟୁନ୍ ସିଟିରେ ୪ ଲକ୍ଷରେ ଘର, ପୂରଣ ହେବ ସ୍ବପ୍ନର ଘର, ସୁଲଭ ମୂଲ୍ୟରେ ଘର ମିଳିବ, ହେଲେ ଡେଡ୍ ଲାଇନକୁ ଅପେକ୍ଷା ।

ଭୁବନେଶ୍ୱର: Dream Home in Twin City: ସହରାଞ୍ଚଳରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇବା ଲକ୍ଷ୍ୟରେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (Odisha State Housing Board) । ଗରିବ, ଅନୁନ୍ନତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସ୍ବପ୍ନର ଘର ସାକାର କରିବା ଲାଗି ଆଉ ପାଦେ ଆଗେଇଲା ସଂସ୍ଥା । ରାଜ୍ୟ ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରି ସଂସ୍ଥା ପକ୍ଷରୁ ଭୁବନେଶ୍ୱର ଓ କଟକ ଠାରେ ପ୍ରଥମ ପର୍ଯ୍ୟାୟରେ ସ୍ୱତନ୍ତ୍ର ଫ୍ଲାଟ୍ ନିର୍ମାଣର ଶୁଭାରମ୍ଭ ହୋଇଥିବା ବେଳେ ଆଗକୁ ଅଧିକାଂଶ ଜିଲ୍ଲାରେ ଏହି ଯୋଜନା ପାଇଁ ହାତକୁ କାମ ନେଇଛି ଗୃହ ନିର୍ମାଣ ସଂସ୍ଥା । ଟ୍ୟୁନ୍ ସିଟିରେ ୪ ଲକ୍ଷରେ ଘର, ପୂରଣ ହେବ ସ୍ବପ୍ନର ଘର, ସୁଲଭ ମୂଲ୍ୟରେ ଘର ମିଳିବ, ହେଲେ ଡେଡ୍ ଲାଇନକୁ ଅପେକ୍ଷା । ଗରିବ, ଅନୁନ୍ନତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏଣିକି କଟକ-ଭୁବନେଶ୍ୱର ଭଳି ଜାଗାରେ ପାଇବେ ସୁଲଭ ମୂଲ୍ୟରେ ଘର । ଆଜି କଟକ ବିଦ୍ୟାଧରପୁର ଠାରେ ୧୯୬ ଫ୍ଲାଟ ବିଶିଷ୍ଟ ଏକ କୋଠାର ଶୁଭ ଉଦଘାଟନ ସହ ହିତାଧିକାରୀଙ୍କୁ ବାସଗୃହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହା କେବଳ ଆର୍ଥିକ ଦୂର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଥିବା ବେଳେ ଏହାର ମୂଲ୍ୟ ୪ ଲକ୍ଷ ୧୬ ହଜାର ଟଙ୍କା ରହିଛି । ସେହିଭଳି ଭୁବନେଶ୍ୱରର ଡୁମୁଡୁମାଠାରେ ୨ ଏକର୍ ୧୦୦ ଡେସିମିଲ୍ ପରିମିତ ସରକାରୀ ଜମି ଉପରେ ବହୁତଳ ବିଶିଷ୍ଟ ପ୍ରକଳ୍ପ ‘ସୁଭଦ୍ରା ଏନ୍‌କ୍ଲେଭ’ର ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଉଦଘାଟନ ହୋଇଛି । ୫ ମହଲା ବିଶିଷ୍ଟ ପ୍ରକଳ୍ପରେ ସମସ୍ତ ବର୍ଗର ଲୋକ ଯଥା ଆର୍ଥିକ ଦୁର୍ବଳଶ୍ରେଣୀ, ନିମ୍ନ ଆୟକାରୀ ବର୍ଗ ଓ ମଧ୍ୟମ ଆୟକାରୀ ବର୍ଗଙ୍କ ନିମନ୍ତେ ଗୃହ ନିର୍ମାଣ ସଂସ୍ଥା ମୋଟ୍ ୧୯୮ଟି ପ୍ଲଟ ନିର୍ମାଣ କରିବ । ୪୨ ମାସରେ ଏହାର କାର୍ଯ୍ୟ ସାରି ଲୋକଙ୍କୁ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଆଧୁନିକ ଭିତ୍ତିଭୂମିର ସୁବିଧା ସହ ଖୁବ୍ କମ୍ ମୂଲ୍ୟରେ ଏହି ଫ୍ଲାଟ ଗୁଡ଼ିକ ସ୍ଵଚ୍ଛ ପ୍ରକ୍ରିୟାରେ ବିକ୍ରୟ କରାଯିବ । ବର୍ତ୍ତମାନ ଯେଉଁ ମୂଲ୍ୟରେ ହିତାଧିକାରୀ କିଣିବେ ପ୍ରୋଜେକ୍ଟ ଶେଷ ବେଳକୁ ସେହି ମୂଲ୍ୟରେ ଘର ପାଇବେ । ଅନ୍ୟ ଘରୋଇ ଆପାର୍ଟମେଂଟ ଭଳି ଏହି ଫ୍ଲାଟ ଗୁଡିକ ରେରା ନିକଟରେ ପଞ୍ଜିକୃତ ହେବା ସହ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି । ଆଗକୁ ଭୁବନେଶ୍ୱର ଓ ଅନୁଗୁଳ ଠାରେ ୧୧୦୦ ଗୃହ କାର୍ଯ୍ୟ ନିର୍ମାଣ କରାଯାଉଛି ବୋଲି ଓଡିଶା ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ କହିଛନ୍ତି । ଏହାସହ ଛତ୍ରପୁର, ରାଉରକେଲା, କୋରାପୁଟ, ଜୟପୁର ଭବାନୀପାଟଣା ଠାରେ ଗୃହ ନିର୍ମାଣ ପ୍ରକଳ୍ପ ଆରମ୍ଭ ହେବ । ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଭୁବନେଶ୍ୱର ଓ ଅନ୍ୟାନ୍ୟ ସହରରେ ବାସଗୃହ ଅଭାବ ଦୂରୀକରଣ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ।

 

ଆଜି ସୁଦ୍ଧା ଗୃହ ନିର୍ମାଣ ସଂସ୍ଥା ରାଜ୍ୟର ବିଭିନ୍ନ ସହରରେ ୩୧ ହଜାର ୭୬୫ କିସମର ବାସଗୃହ, ଦୋକାନ ଓ ପ୍ଲାଟ ଯୋଗାଇଦେଇଛି । ହିତାଧକାରୀଙ୍କ ସୁବିଧା ନିମନ୍ତେ ଗୃହ ନିର୍ମାଣ ସଂସ୍ଥା ଦ୍ଵାରା ଘରୋଇ ବ୍ୟାଙ୍କ୍ ଲୋନ୍ ଯୋଗାଇଦେବେ । ଘର ପାଇବାକୁ ଆଗ୍ରହୀ ବ୍ୟକ୍ତି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୱେବସାଇଟରେ ଆବେଦନ କରିପାରିବେ ।

Spread the love