ପାଣି କମ୍‌ ପିଉଥିବା ଲୋକ ନିଶ୍ଚୟ ପଢ଼ନ୍ତୁ ଏହାକୁ

କଣ ଆପଣ ପାଣି କମ୍‌ ପିଉଛନ୍ତି କି ତାହେଲେ ଏହା ଖାସ୍‌ କରି ଆପଣଙ୍କ ପାଇଁ। ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଆବଶ୍ୟକ ପରିମାଣର ପାଣି ପିଇଲେ କୌଣସି ଶାରୀରିକ ସମସ୍ୟା ଉପୁଜିନଥାଏ । ଉଷୁମ ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରୀ।ଦୈନିକ ୭-୮ ଗିଲାସ ପାଣି ନ ପିଇଲେ ଖୁବ ଥକା ଲାଗିଥାଏ । ରକ୍ତଚାପ ରୋଗୀମାନେ ପ୍ରତ୍ୟହ ସଦାବେଳେ ଉଷୁମ ପାଣି ପିଇ ଦିନର ଆରମ୍ଭ କରିବା ହିତକାରୀ ।

  1. ମୁଣ୍ଡବିନ୍ଧା, ମାନସିକ ଚାପ ଇତ୍ୟାଦି ସମସ୍ୟା ମଧ୍ୟ ପାଣିର ଅଭାବ କାରଣରୁ ଉପୁଜୁଥିବାର ବିଶେଷଜ୍ଞଙ୍କ ମତ ।
  2. ପାଣି ଆବଶ୍ୟକ ପରିମାଣରେ ପିଇଲେ ଶରୀରରୁ ବିଷତତ୍ତ୍ୱ ସହଜରେ ବାହାରିଯାଏ । ନଚେତ ଏହା ଶରୀର ଭିତରେ ରହି ଅନ୍ୟାନ୍ୟ ରୋଗ ସୃଷ୍ଟି କରେ ।
  3. ପାଣିର ଅଭାବ ହେଲେ ଶରୀର ଡିହାଇଡ୍ରେସନ ହୋଇଯାଇଥାଏ । ପରୀକ୍ଷାରୁ ଜଣାପଡ଼ିଛି ଯେ ପର୍ଯ୍ୟାପ୍ତ ପରିମାଣରେ ପାଣି ନ ପିଇଲେ ହୃଦରୋଗର ଆଶଙ୍କା ମଧ୍ୟ ହୋଇଥାଏ ।
  4. ଯୁବତୀ ଓ ମହିଳାମାନେ ତ୍ୱଚାରେ ଚମକ ଆଣିବାକୁ ଚାହୁଁଥିଲେ ପ୍ରତ୍ୟହ ୪-୫ ଗ୍ଲାସ ଉଷୁମ ପାଣି ପିଇବା ଲାଭପ୍ରଦ ।
  5. ପାଣି ନ ପିଇଲେ ମହିଳାମାନେ ଶରୀରରେ କୋଲେଷ୍ଟ୍ରରଲ ସ୍ତର ବଢ଼ିବା ସହ ମେଦବହୁଳତା ରୋଗରେ ଆକ୍ରାନ୍ତ ହେବାର ଭୟ ରହିଛି ।

ଯଦି ଆପଣଙ୍କୁ ପାଣି ପିଇବାକୁ ଇଚ୍ଛା ହେଉନି ତାହେଲେ ଆପଣ କାଚ ଗ୍ଲାସରେ ପାଣି ପିଅନ୍ତୁ। ଆପଣଙ୍କୁ ପାଣି ପିଇବାକୁ ଇଚ୍ଛା ନହେଉଥିଲେ ଇଚ୍ଛା ହେବ। ସାଧାରଣତଃ ଲୋକମାନେ ପାଣି ପିଇବା ପାଇଁ ଘରେ ଷ୍ଟିଲ ଗ୍ଲାସ ବ୍ୟବହାର କରନ୍ତି। ସେଥିପାଇଁ ପ୍ରାୟ ଘରେ ପାଣି ପିଇବା ଓ ରଖିବା ପାଇଁ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଏ। କାଚରେ ତିଆରି ଗ୍ଲାସ କିମ୍ବା ବୋତଲ ବହୁତ କମ ବ୍ୟବହାର ହୁଏ । ବିଶେଷକରି ଯେତେବେଳେ ଜଣେ ଅତିଥି ଆସନ୍ତି ସେତେବେଳେ ଆମେ କାଚ ଗ୍ଲାସ୍‌ ବ୍ୟବହାର କରୁ। କିନ୍ତୁ ଯଦି ଆପଣ ପ୍ରତିଦିନ କାଚ ଗ୍ଲାସରେ ପାଣି ପିଅନ୍ତି, ତାହେଲେ ଆପଣଙ୍କୁ ମିଳିବ ଆଶ୍ଚର୍ଯ୍ୟକର ଲାଭ।

Spread the love