ମହୋଦଧିରେ ଓଡିଆ ସହିଦ ଯବାନ ରାଣା ପ୍ରତାପଙ୍କ ଚିତାଭସ୍ମ ବିସର୍ଜନ କଲେ କିନ୍ନର ଚିନ୍ମୟ ଦାସ

ପୁରୀ ୨୨।୧୨: ବାୟୁସେନା ହେଲିକାପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତ ଓ ତାଙ୍କ ସାଥୀ ଯବାନମାନଙ୍କ ମଧ୍ୟରେ ଥିଲେ କୃଷ୍ଣଚନ୍ଦ୍ରପୁର ତାଳଚେରର ଓଡ଼ିଆ ସହିଦ ରାଣା ପ୍ରତାପ ଦାସ । ତାଙ୍କ ଚିତାଭସ୍ମ ନେଇ ତାଳଚେରରୁ ପଦଯାତ୍ରା କରି କିନ୍ନର ଚିନ୍ମୟ ଦାସ ବୁଧବାର ପୁରୀରେ ପହଞ୍ଚିଛନ୍ତି। ସହିଦମାନଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହିତ ଜଗନ୍ନାଥଙ୍କ ନିକଟରେ ତାଙ୍କ ପରିବାରର ମଙ୍ଗଳ ମନାସିଛନ୍ତି। ସହିଦ ବିପିନ ରାୱତ ଓ ରାଣା ପ୍ରତାପଙ୍କ ଶେଷ ଇଚ୍ଛା ଥିଲା ପୁରୀ ଆସିବା । ତେଣୁ ତାଙ୍କ ଇଚ୍ଛାପୂର୍ଣ୍ଣ କରିବା ପାଇଁ ଚିତାଭସ୍ମ ଧରି ପୁରୀ ଆସିବା ସହ ସ୍ବର୍ଗଦ୍ବାର ସମ୍ମୁଖ ମହୋଦଧିରେ ଚିତାଭସ୍ମକୁ ବିସର୍ଜନ କରିଛନ୍ତି।

Spread the love