ଭାରତରେ ବଢୁଛି ଓମିକ୍ରନ୍ କେସ୍‌, ଆଜି ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଭାରତରେ ବଢୁଛି ଓମିକ୍ରନ୍ ସଂକ୍ରମଣ । ଦେଶର ୧୫ ରାଜ୍ୟକୁ ଓମିକ୍ରନ ଛୁଇଁଥିବା ବେଳେ ଏ ପର୍ଯ୍ୟନ୍ତ ୨୧୩ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଆଗକୁ ସ୍ଥିତି ଆହୁରି ଗମ୍ଭୀର  ହେବାର ଆଶଙ୍କା ରହିଛି ।ଯାହାକୁ ନେଇ ଆକ୍ସନକୁ ଆସିଛନ୍ତି କେନ୍ଦ୍ର ସରକାର ।

 ଭାରତରେ ୨୦୨୨ ଫେବ୍ରୁଆରିରେ ‘ଓମିକ୍ରନ୍ ’ ଲହର ଶୀର୍ଷ ଛୁଇଁବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏଭଳି ସ୍ଥିତିରେ ଆଜି ଓମିକ୍ରନର ସ୍ଥିତିକୁ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବରିଷ୍ଠ ଅଧିକାରୀମାନଙ୍କ ସହ ଓମିକ୍ରନ୍‌ ସ୍ଥିତି ନେଇ ଆଲୋଚନା କରିବେ । ଏହାପୂର୍ବରୁ ରାଜ୍ୟ ଗୁଡ଼ିକ ସତର୍କ କରିଛନ୍ତି କେନ୍ଦ୍ର ସରକାର । ଯେଉଁଠାରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ରହିଛି । ସେଠାରେ କଣ୍ଟେନମେଣ୍ଟ ଜୋନ୍‌ ଓ ନାଇଟ କର୍ଫ୍ୟୁ ଭଳି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆଗୁଆ ପଦକ୍ଷେପ ନିଆନଯାଏ, ତେବେ ସଂକ୍ରମଣ ରୋକିବା ଆମ ପଖେ ଅସମ୍ଭବ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ବର୍ତ୍ତମାନ ଯାଏଁ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୫୭ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ମହାରାଷ୍ଟ୍ରରେ ୫୪, ତେଲେଙ୍ଗାନା – ୨୪,କର୍ଣ୍ଣାଟକ -୧୯, ରାଜସ୍ଥାନ – ୧୮, କେରଳ – ୧୫ ,ଗୁଜରାଟ – ୧୪, ଜାମ୍ମୁ-କାଶ୍ମୀର – ୩ , ଓଡ଼ିଶା – ୨, ଉତ୍ତରପ୍ରଦେଶ – ୨, ଆନ୍ଧ୍ରପ୍ରଦେଶ – ୧, ଚଣ୍ଡିଗଡ, ଲଦାଖ , ତାମିଲନାଡୁ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଓମିକ୍ରମ ପଜିଟିଭ ଚିହ୍ନଟ ହୋଇଛି । ତେଣୁ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ଓମିକ୍ରନ ସ୍ଥିତି ନେଇ ସତର୍କ କରାଇଛନ୍ତି ।

Spread the love